ହରଭଙ୍ଗା ଜିଲାପାଳ,ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି
ହରଭଙ୍ଗା:ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ କୋଣ ଅନୁକୋଣରୁ ୫୭ଟି ଅଭିଯୋଗ ପହଞ୍ଚିଥିଲା।ସେଥିରୁ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ୫୪ଟି ଅଭିଯୋଗର ଶୁଣାଣି କରି ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ବୌଦ୍ଧ ଏସ.ପି ଜ୍ଞାନରଞ୍ଜନ ମହାନ୍ତି, ବୌଦ୍ଧ ଉପଜିଲାପାଳ ସନତ କୁମାର ନାୟକ, ବୌଦ୍ଧ ପି.ଡି ଅଶ୍ୱିନୀ କୁମାର ମେହେର,ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ହରଭଙ୍ଗା ଏବିଡିଓ ସୁବାଷ କୁମାର ଯାନୀ ପ୍ରମୁଖ ସାମିଲ ଥିଲେ।
Comments are closed.