www.samajalive.in
Monday, December 15, 2025
24.1 C
Bhubaneswar

ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଗଣଧାରଣା

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ ସଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ସୋମବାର ବାଙ୍କୀ ଉପଖଣ୍ଡ ପୁଲିସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ବାଙ୍କୀ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ କଂଗ୍ରେସ କର୍ମୀ ଭଗବାନ ପ୍ରଧାନଙ୍କୁ ମିଥ୍ୟା ମାମଲାରେ ଅଭିଯୁକ୍ତ ସଜାଇ ଗିରଫ କରିଥିବା ପ୍ରତିବାଦରେ ଏହି ଧାରଣା ଦିଆଯାଇ ପୁଲିସ ଅଧିକାରୀ ବାସୁଦେବ ସ୍ୱାଇଁଙ୍କ ନିଲମ୍ବନ ଦାବୀ କରାଯାଇଛି। ଏହି ଧାରଣା ସଭାରେ ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ସାହୁ, ଡମପଡା ବ୍ଲକ କଂଗ୍ରେସ ସଭାପତି ଅସୀତ ବରଣ ପଟ୍ଟନାୟକ, ଏନଏସି କଂଗ୍ରେସ ସଭାପତି କାଶୀନାଥ ମହାପାତ୍ର, ନଗର କଂଗ୍ରେସ ଉପଦେଷ୍ଟା କ୍ଷେତ୍ରବାସୀ ଦାସ, ପ୍ରତାପ ମହାପାତ୍ର, ଆଶିଷ ମହାପାତ୍ର, ବାରଙ୍ଗ ବ୍ଲକ କଂଗ୍ରେସ ସଭାପତି ରୀତାଞ୍ଜଳି ସାମଲ, ଓକିଲ ରଣଜିତ୍‍ ପଟ୍ଟନାୟକ, ଭବାନୀଶଙ୍କର ଧଳସାମନ୍ତ ପ୍ରମୁଖ ବହୁ କଂଗ୍ରେସର ଟାଣୁଆ ନେତା ଧାରଣାରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ମନମୁଖୀ ଶସନକୁ ନିନ୍ଦା କରିଛନ୍ତି।

୨୦୦ରୁ ଅଧିକ ମହିଳା ଏବଂ ଶତାଧିକ କଂଗ୍ରେସ କର୍ମୀମାନେ ଧାରଣା ସ୍ଥଳରେ ଉପସ୍ଥିତ ରହି ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିଲମ୍ବନ ଦାବୀ କରିଛନ୍ତି। ଉପଖଣ୍ଡ ପୁଲିସ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୫ଦଫା ଦାବୀରେ ଶ୍ରୀ ସ୍ୱାଇଁଙ୍କର ନିଲମ୍ବନ ଦାବୀ ସହିତ ପୂର୍ବରୁ ବାଙ୍କୀରେ କାର୍ଯ୍ୟ କରି ନଥିବା ପୁଲିସ ଅଧିକାରୀଙ୍କୁ ଉପଖଣ୍ଡ ପୁଲିସ ଅଧିକାରୀ ଭାବେ ନିଯୁକ୍ତି କରିବା, ଭଗବାନ ପ୍ରଧାନ ଏବଂ ଅନ୍ୟମାନଙ୍କ ନାମରେ ପୁଲିସ କରିଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଓ ସେମାନଙ୍କୁ ନିସର୍ତ୍ତରେ ଖଲାସ କରିବା, ପ୍ରତ୍ୟେକ ମିଥ୍ୟା ମାମଲାର ଏତଲାରେ ନାମ ନଥାଇ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ମିଛରେ ଦର୍ଶାଇ ସାଧାରଣ ଜନତା ଏବଂ କଂଗ୍ରେସ ଦଳର ସମର୍ଥକଙ୍କ ଗିରଫଦାରୀକୁ ବନ୍ଦ କରିବା, ବହୁ ଚର୍ଚ୍ଚିତ ଖଜୁରୀପଦା ଡବଲମର୍ଡର ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ନହେବା ଏବଂ ବଳଭଦ୍ରପୁର ପଞ୍ଚାୟତରେ ଦଳିତ ମହିଳାଙ୍କ ପ୍ରତି ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଶାସକ ଦଳର ଅଭିଯୁକ୍ତଙ୍କ ନାମ କାଟି ନୀରିହ ଲୋକଙ୍କୁ ଅଭିଯୁକ୍ତ କରାଇବା, ଜଗନ୍ନାଥପୁର ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥିଙ୍କୁ ହତାସ କରିବା ପାଇଁ ୪୫ଜଣଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିବା ଏବଂ କଳାପଥର ଏଜେଣ୍ଟ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ସମ୍ପର୍କରେ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହ ଉପଖଣ୍ଡ ପୁଲିସ ଅଧିକାରୀ ଶାସକ ଦଳ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରି ନିଜ କ୍ଷମତାର ଅପବ୍ୟବହାର କରୁଥିବା ସମ୍ପର୍କରେ ଦାବୀପତ୍ରରେ ଉଲ୍ଲେଖ କରାଯାଇ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଏସ୍‌ପି ଅଶୋକ ବେହେରା ଧାରଣା ସ୍ଥଳରେ ପହଞ୍ଚି ୫ଦଫା ସମ୍ବଳିତ ଦାବୀପତ୍ର ଗ୍ରହଣ କରି ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଜଣଇବାର ପ୍ରତିଶୃତି ଦେବାପରେ ଧାରଣାକାରୀ ଉଠିଥିଲେ। ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର ତ୍ରିପାଠୀ, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories