www.samajalive.in
Monday, December 8, 2025
27.1 C
Bhubaneswar

ଅକ୍ଷୟ ତୃତୀୟାରେ ପୂଜା ପାଆନ୍ତି ‘ଅକ୍ଷର ବ୍ରହ୍ମ’

ପଦ୍ମପୁର: ରାୟଗଡ଼ା ଜିଲ୍ଲାର ପଦ୍ମପୁର ନିକଟସ୍ଥ ନିପଟ ମଫସଲ ଗାଁ ମରିଚଗୁଡା। ସେଠାରେ ପୂଜାପାଆନ୍ତି ଶବର ସମ୍ପ୍ରଦାୟର ମୁଖ୍ୟ ଦେବତା ମାତାର ବନମ ବା ଅକ୍ଷର ବ୍ରହ୍ମ ।

୧୯୧୬ ମସିହା ଜୁନ ୧୬ ତାରିଖ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ସବରପଲ୍ଲୀ ମରିଚଗୁଡାଠାରେ ଜନ୍ମ ମଙ୍ଗେଇ ଗୋମାଙ୍ଗ। ପିଲାଟି ଦିନରୁ ଆଧ୍ୟାତ୍ମିକ ଚିନ୍ତା ଧାରାରେ ଲିପ୍ତ ରହୁଥିଲେ। ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ଗୁଣପୁରରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ଚାକିରୀ ପାଇଁ ଆବେଦନ କରି ଗ୍ରାମକୁ ଫେରି ଆସିଥିଲେ। ଇତି ମଧ୍ୟରେ ନିଜ ଗାଁ ପାଖ ଖିଲାମୁଣ୍ଡାଠାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରେ ଲୋକଙ୍କ ସେବା କରିବା ପାଇଁ ଫାର୍ମାସି ଟ୍ରେନିଂ ପାଇଁ ମନୋନୀତ ହେବାପରେ ଶିକ୍ଷକତା ଛାଡି କଟକ ଚାଲି ଯାଇଥିଲେ। ଟ୍ରେନିଂ ସମୟରେ ନିଜ ପିତା ଓ ମାମୁଁ ମଙ୍ଗେଇଙ୍କ ଭଲ ମନ୍ଦ ବୁଝିବା ପାଇଁ କଟକ ଯାଇଥିବା ବେଳେ ପରିବାର ଲୋକଙ୍କ ବେଶ ପୋଷାକ ଦେଖି ମଙ୍ଗେଇଙ୍କ ସାଙ୍ଗ ସାଥିମାନେ ପରିହାସ କରିଥିଲେ। ସାଙ୍ଗ ସାଥିମାନଙ୍କ ପରିହାସରେ କଷ୍ଟ ଅନୁଭବ କରି ନିଜ ଭାଷା, ସଂସ୍କୃତି, ପରମ୍ପରା ସମ୍ପର୍କରେ ଗବେଷଣା କରିବା ପାଇଁ ମୂଳଦୁଆ ପକାଇଥିଲେ। ବହୁ ଚାକିରୀ ପାଇଁ ନିଯୁକ୍ତି ପତ୍ର ଆସିଥିଲେ ମଧ୍ୟ ଚାକିରୀ ପ୍ରତି ଘୃଣା ମନୋଭାଵ ରଖି ଅନ୍ୟ ଜାତି ଓ ସମ୍ପ୍ରଦାୟଠାରୁ ପଛରେ ଥିବା ନିଜ ଶବର ସମ୍ପ୍ରଦାୟ ମଧ୍ୟରେ ସଂସ୍କାର ଆଣିବା ପାଇଁ ଉଦ୍ୟମ ଜାରି ରଖିଥିଲେ।

- Advertisement -

ନିଜର ମାମୁଁ କାଳିଆ ଗମାଙ୍ଗଙ୍କୁ ନିଜର ଗୁରୁ ଭାବେ ଗ୍ରହଣ କରି ସାଧନା ଆରମ୍ଭ କରିଥିଲେ। ସାଧନା ସମୟରେ ନିଜ ମାମୁଁଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଧର୍ମାନୁଚିନ୍ତାରେ ଅନୁପ୍ରାଣୀତ ହୋଇ ନିଜ ଗ୍ରାମ ମରିଚଗୁଡା ପାହାଡ଼ରେ ତପସ୍ୟାରେ ମଗ୍ନ ରହିଲେ ମଙ୍ଗେଇ। ୨୧ ଦିନ ତପସ୍ୟାରେ ମଗ୍ନ ରହିବା ପରେ ୧୯୩୬ ଜୁନ ୧୮ ତାରିଖ ମଧ୍ୟ ରାତ୍ରିରେ ଶବର ଜାତିର ଆରାଧ୍ୟ ଦେବତା ଦାରୁବ୍ରହ୍ମ ଅକ୍ଷର ବ୍ରହ୍ମ ଭାବରେ ଦେଖାଦିଅନ୍ତି। ଦାରୁବ୍ରହ୍ମ ବଦଳରେ ଅକ୍ଷର ବ୍ରହ୍ମ ଭାବେ ଆସିଥିବା ନେଇ ସ୍ୱପ୍ନାଦେଶ ଦେବା ସହ ସେହିଠାରେ ମନ୍ଦିର ପ୍ରତିଷ୍ଠା ପାଇଁ ସ୍ୱପ୍ନାଦେଶ ଦେଇଥିବା କିମ୍ବଦନ୍ତୀରେ ଉଲ୍ଲେଖ ରହିଛି। ସ୍ୱପ୍ନାଦେଶ ମୁତାବକ, ପରଦିନ ମଙ୍ଗେଇ ପାହାଡ ନିକଟକୁ ଯିବାପରେ ପଥରରେ ଖୋଦିତ ଓଁ ମଧ୍ୟରେ ୨୪ଟି ବର୍ଣ୍ଣ ଓ ୯ଟି ସଂଖ୍ୟା ସ୍ପଷ୍ଟ ରୂପେ ଉଲ୍ଲେଖ ଥିବା ଦେଖିଥିଲେ। ଉପରୋକ୍ତ ଅକ୍ଷରକୁ ନେଇ ମଙ୍ଗେଇ ସୃଷ୍ଟି କରିଥିଲେ ସୌରା ଅକ୍ଷରମାଳା। ପରବର୍ତ୍ତୀ ସମୟରେ ସେହିଦିନଠାରୁ ଅକ୍ଷୟ ତୃତୀୟା ଦିନ ପୂଜାପାଇ ଆସୁଛନ୍ତି ଅକ୍ଷରବ୍ରହ୍ମ ବା ମାତାର ବନମ। ଏହି ଜାଗାକୁ ବର୍ତ୍ତମାନ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗଜପତି, କୋରାପୁଟର ବହୁ ଶବର ସମ୍ପ୍ରଦାୟର ଲୋକମାନେ ଆସି ଏକତ୍ରିତ ହୋଇଥାନ୍ତି। ଏହି ମନ୍ଦିରରେ ଚାଷୀମାନେ ଅଖିମୁଠା ପୂଜା କରିସାରିବା ପରେ ନିଜ କ୍ଷେତରେ ବୁଣୁଥିବା ମଧ୍ୟ କିଛି ଶବର ସମ୍ପ୍ରଦାୟର ବୁଦ୍ଧିଜୀବୀମାନେ ମତ ରଖିଥିଲେ। ମାନସିକଧାରୀମାନେ ମଧ୍ୟ ମୁଣ୍ଡନ ହେଉଥିବାର ଦେଖିବାକୁ ମିଳିଥାଏ। ଦୀର୍ଘ ୪୦ ବର୍ଷ ଧରି ମଙ୍ଗେଇ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶର ସମସ୍ତ ଆଦିବାସୀ ଅଞ୍ଚଳରେ ୨୫ଟି ଉପକେନ୍ଦ୍ର ପ୍ରତିଷ୍ଠା କରିବା ସହ ସୌରା ଭାଷା ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରି ସ୍ୱଳ୍ପ ଦିନ ମଧ୍ୟରେ ସୌରା ଭାଷାର ପ୍ରଚାର ପ୍ରସାର କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସୌରା ଭାଷାକୁ ଅଧିକ ଗ୍ରହଣୀୟ କରିବା ପାଇଁ ସୌରା ଭାଷା ସମ୍ପର୍କିତ ପୁସ୍ତକ, ବର୍ଣ୍ଣମାଳା ଶିକ୍ଷା ପୁସ୍ତକ ଛାପିବା ପାଇଁ ଗୁଣୁପୁର ବ୍ଲକର ଡମ୍ବସରାଠାରେ ମଙ୍ଗେଇ ପ୍ରତିଷ୍ଠା କରିଥିଲେ ମାତାର ବନମ ପ୍ରେସ୍। ଏହି ଛପାଖାନାରୁ ଉପାର୍ଜିତ ଅର୍ଥକୁ ଖର୍ଚ୍ଚ କରି ସୌରା ଭାଷା ଶିକ୍ଷା ବହି, ବର୍ଣ୍ଣବୋଧ, ଗଣିତ ଶାସ୍ତ୍ର, ବ୍ୟାକରଣ, ଇତିହାସ, ତ୍ରିନାଥ ମେଳା, ମହାଭାରତ, ରାମାୟଣ, ଭାଗବତ ଭଳି ବହୁ ସୌରା ଭାଷାର ପୁସ୍ତକ ଗ୍ରନ୍ଥ ପ୍ରକାଶନ କରି ସୌରା ଭାଷାକୁ ସାରା ଦେଶରେ ଲୋକଲୋଚନକୁ ଆଣିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories