www.samajalive.in
Sunday, December 7, 2025
26.1 C
Bhubaneswar

ଜ୍ୟାକଲିନ୍‌ଙ୍କ ୭.୨୭ କୋଟି ସମ୍ପତ୍ତି ଜବତ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ କରିଛି । ବେଆଇନ ଭାବେ କଳାଧନ କାରବାର କରୁଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ମୋଟା ଅଙ୍କର ଉପହାର ପାଇବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା।

ସୁକେଶ ଚନ୍ଦ୍ରଶେଖରଙ୍କ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୫.୭୧ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ପ୍ରମାଣ ପାଇଛନ୍ତି। ବେଆଇନ ଭାବେ କଳାଧନ କାରବାର କରି ସେ ଏହି ଉପହାର ଦେଇଥିବା ଜଣାପଡିଛି । ସେହିଭଳି ଉପହାର ବ୍ୟତୀତ ସେ ଜ୍ୟାକଲିନଙ୍କ ପରିବାର ସଦସ୍ୟଙ୍କ ମୁହଁ ବନ୍ଦ କରିବା ପାଇଁ ପାଖାପାଖି ୧୭୩,୦୦୦ ଆମେରିକୀୟ ଡଲାର ଏବଂ ପ୍ରାୟ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ପ୍ରଦାନ କରିଥିଲା ବୋଲି ଇଡି ଅଧିକାରୀମାନେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ,  ସୁକେଶ ଚନ୍ଦ୍ରଶେଖର ଗତ କିଛି ଦିନ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ନୋରା ଫତେହିଙ୍କୁ  ଶହଶହ କୋଟି ଟଙ୍କାର ଉପହାର ଦେଇଥିବା ଜଣାପଡିଥିଲା।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories