ବାଙ୍କିରେ ବ୍ଲକ: ୧୬କେନ୍ଦ୍ରରେ ୨୪୨୧ମ୍ୟାଟ୍ରିକ୍ ପରୀକ୍ଷାର୍ଥି
ବାଙ୍କୀ: ଓଡିଶା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଶୁକ୍ରବାର ଦିନ ସକାଳ ୮ଟାରେ ଆରମ୍ଭ ହୋଇଛି। ୧ମ ଦିନ ଇଂରାଜୀ ପରୀକ୍ଷାରେ ବାଙ୍କୀ ବ୍ଲକର ୭ଟି ପରୀକ୍ଷା କେନ୍ଦ୍ରରେ ୧୦୧୩ଜଣ ଏବଂ ଡମପଡା ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ୧୪୦୮ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ବାଙ୍କୀ ବ୍ଲକର ରଘୁନାଥଦେବତା ଗମେଣ୍ଟ ହାଇସ୍କୁଲ ବ୍ରହ୍ମପୁରାରେ ୧୧୯ଜଣ, କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୬୪ଜଣ, ସାଧବ ସମାଜ ବିଦ୍ୟାନିକେତନ ଜଗନ୍ନାଥପୁର କେନ୍ଦ୍ରରେ ୧୬୯ଜଣ, ଉଦୟନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବୈଦେଶ୍ୱର କେନ୍ଦ୍ରରେ ୧୫୫ଜଣ, ମହାବେରେଣା ସରକାରୀ ଉଚ୍ଚ ବିଦ୍ୟାଳୟ ପଥୁରୀପଡା କେନ୍ଦ୍ରରେ ୧୨୮ଜଣ,ପତ୍ର ମାଧ୍ୟମରେ ୧୭ଜଣ,ସରଣ୍ଡା ବିଦ୍ୟାପୀଠ ସୁବର୍ଣ୍ଣପୁର କେନ୍ଦ୍ରରେ ୧୫୯ଜଣ, ଉତ୍ତରକୂଲାଟ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଦାଳରେ ୧୦୨ଜଣ କରି ମୋଟ ୧୦୧୩ଜଣ ଏବଂ ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ବାଙ୍କୀରେ ୧୮୭ଜଣ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଙ୍କୀରେ ୧୫୫ଜଣ, ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ୧୧୧ଜଣ, ତୂଳସୀପୁର ଉଚ୍ଚ ବିଦ୍ୟାଳୟରେ ୧୫୩ଜଣ, ସିଂହନାଥଦେବ ବିଦ୍ୟାପୀଠ ପାଟପୁରରେ ୧୩୫ଜଣ, ତାଳବସ୍ତ ଉଚ୍ଚ ବିଦ୍ୟାଳୟରେ ୨୧୦ଜଣ, ପ୍ରିତମ କୁମାରୀ ବିଦ୍ୟାମନ୍ଦିର ଡମପଡାରେ ୧୫୫ଜଣ, ଗଳବାଙ୍କ ଉଚ୍ଚ ବିଦ୍ୟାଳୟରେ ୧୫୨ଜଣ ଏବଂ କୁଶପଙ୍ଗି ଉଚ୍ଚ ବିଦ୍ୟାଳୟରେ ୧୫୦ଜଣ କରି ଡମପଡା ବ୍ଲକରେ ୧୪୦୮ଜଣ କରି ସର୍ବମୋଟ ୧୬ଟି କେନ୍ଦ୍ରରେ ୨୪୨୧ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି। ସମସ୍ତ କେନ୍ଦ୍ରରେ ଶୃଙ୍ଖଳାର ସହିତ ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଥିବା ବ୍ଲକ ଶିକ୍ଷାଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
Comments are closed.