ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ,ସମ୍ୱଲପୁର ପକ୍ଷରୁ ଉନ୍ନତ ଭାରତ ଅଭିଯାନ (ୟୁବିଏ) ଯୋଜନା ଅଧିନରେ “ଜନସ୍ୱାସ୍ଥ୍ୟ ସେବା ଉପଲବ୍ଧତା ବୃଦ୍ଧି ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଛି। ୨୦୧୪ ମସିହାରେ ଭାରତ ସରକାରଙ୍କ ଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟମାନଙ୍କୁ ଗ୍ରାମାଞ୍ଚଳର ଲୋକଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ କରିବା ସକାଶେ ଉନ୍ନତ ଭାରତ ଅଭିଯାନ ଯୋଜନା ଆରମ୍ଭ କରିଥିଲେ। ଉନ୍ନତ ଭାରତ ଅଭିଯାନ ଯୋଜନା ଅଧିନରେ ଚାଲିଥିବା ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୫ଟି ଗ୍ରାମ କରଡୋଲା, ସାହାଜବାହାଲ, ବଡସିଂହାରୀ, ସାନସିଂହାରୀ ଓ ଚାଉଁରପୁରକୁ ପୌଷ୍ୟ ଗ୍ରାମ୍ୟ ରୂପେ ମନୋନୀତ କରିଛି। ଏହି ପାଞ୍ଚୋଟି ଗ୍ରାମର ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ସକାଶେ ସମ୍ୱଲପୁର ପାନ୍ଥନିବାସରେଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ଅର୍କ କୁମାର ଦାସ ମହାପାତ୍ର ଯୋଗ ଦେଇ ତାଙ୍କ ଅଭିଭାଷଣରେ ସମାଜରେ ମହିଳାମାନଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଏ ଦିଗର ଯଥାସମ୍ଭବ କାର୍ଯ୍ୟ କରୁଛି ଓ ଭବିଷ୍ୟତରେ ମଧ୍ୟ ଅନେକ କାର୍ୟ୍ୟକ୍ରମ କରିବାର ଦୃଢ ପ୍ରତିଶୃତି ଦେଇଛନ୍ତି।
ଏଥିରେ ମୁଖ୍ୟବକ୍ତା ଭାବରେ ଭିମସାରର,ବୁର୍ଲା,ସମ୍ୱଲପୁରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଯୋଗ ଦେଇ ନିଜ ବକ୍ତବ୍ୟରେ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବା କଥା କହିବା ସହିତ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ଅର୍କ କୁମାର ଦାସ ମହାପାତ୍ରଙ୍କୁ ଭୂୟଶୀ ପ୍ରଂଶସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ ଅଶୋକ କୁମାର ଦାସ ଯୋଗ ଦେଇ କୋଭିଡ଼ ପରିସ୍ଥିତିରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ତଥା ସେବାକୁ ଖୁବ ପ୍ରଂଶସା କରିବା ସହିତ ସେମାନଙ୍କ ସେବା ମନୋବୃତ୍ତିକୁ ପ୍ରଣାମ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ତଥା ଜାତୀୟ ସ୍ୱାସ୍ଥ୍ୟ ପରିଚାଳକ ଡ଼. ମୌସୁମୀ ମିଶ୍ର ଯୋଗଦେଇ ସମାଜକୁ ଉନ୍ନତି ପଥରେ ଆଗେଇନେବାରେ ନାରୀର ବିଶେଷ ଭୂମିକା ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର (ଡକ୍ଟର) ମାନସ ରଞ୍ଜନ ପୂଜାରୀ ନିଜ ବକ୍ତବ୍ୟରେ ଏହି ପାଞ୍ଚୋଟି ଗାଁର ବିକାଶ ଦିଗରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଯୋଗଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ କୁପୋଷଣ ,ଏନିମିଆ ଓ କଶୌର ଅବସ୍ଥା ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ବିଚିତ୍ରାନନ୍ଦ ଆଚାର୍ୟ୍ୟ, ଅଶ୍ୱିନୀ କୁମାର ମହାନନ୍ଦ, ଜୟ କୁମାର ଭୋଇ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପାଞ୍ଚୋଟି ଗାଁରୁ ୫୦ ଜଣ ମହିଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
Comments are closed.