ମୟୁରଭଞ୍ଜ ଜିଲ୍ଲାରେ ରବର ପ୍ରକଳ୍ପରେ ମହାଦୁର୍ନୀତି ଅଭିଯୋଗ : ଭିଜିଲାନ୍ସ ବିଭାଗର ଖୋଳତାଳ ଆରମ୍ଭ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ପଞ୍ଚପୀଢ଼ ଉପଖଣ୍ଡ ଅଞ୍ଚଳରେ ରବର ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ଅଭିଯୋଗ ପରେ ,ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଖୁଳତାଳ ଆରମ୍ଭ । ଗତ କିଛି ମାସ ପୂର୍ବରୁ ବାରିପଦା ଭିଜିଲାନ୍ସ ବିଭାଗ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଥିବାବେଳେ ବର୍ତ୍ତମାନ ବାଲେଶ୍ବର ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ବରେ ଏକ ଟିମ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ଅମିନ, ଆଇଟିଡିଏ କନିଷ୍ଠ ଯନ୍ତ୍ରୀ ଜାମାଦା ହେମ୍ବ୍ରମ ଙ୍କ ଉପସ୍ଥିତ ରେ ରେକର୍ଡ ପତ୍ର ଯାଞ୍ଚ କରିବା ସହିତ ଖୋଳତାଳ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ଯଶୀପୁର , ସୁକୃଳି ପରେ ଆଜି ଠାକୁରମୁଣ୍ଡା ବ୍ଲକରେ ସରଜମିନ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ । ବୁଧବାର ଠାକୁରମୁଣ୍ଡା ବ୍ଲକର ତାଳପୋଦା ପଞ୍ଚାୟତର ଦାମିଳିକିଳା ଓ କାଳିଆପୋଷି ଏବଂ ହାତୀଗୋଡା ପଞ୍ଚାୟତର ଚାଇଁବାଇଶ ଠାରେ ହଇଥିବା ପ୍ରକଳ୍ପର ଗୁଡିକର ସରଜମିନ ତଦନ୍ତ ଆରମ୍ଭ କରାଯାଇଛି ।  ଏଥିରେ ଉପଖଣ୍ଡର ପାଞ୍ଚଟି ଜାଗାରେ ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ହଇଥିବା ପ୍ରକଳ୍ପର ସରଜମିନ  ତଦନ୍ତ ଆରମ୍ଭ କରିଛି । ୨୦୧୪ ରୁ ୨୦୧୮ ଆର୍ଥିକ ବର୍ଷ ମଧ୍ୟରେ ରବର ପ୍ରକଳ୍ପ କରାଯାଇ ଚାରା ରୋପଣ କରାଯାଇଥିଲା । କରଞ୍ଜିଆ ଉପଖଣ୍ଡ ର ପାଞ୍ଚଟି  ଜାଗାରେ   ପ୍ରକଳ୍ପ ହଇଥିଲା । ସେ ପ୍ରକଳ୍ପ ଗୁଡିକ ହେଲା ଶୁକୃଳି ବ୍ଲକର  ଚମ୍ପରେଇ, ଯଶିପୁର ବ୍ଲକର ଦୂଦୂରା, ଛେଳିଗୁଦୁଳି,  ଶିମିଳିପାଳର ବରେହିପାଣି ଏବଂ ବାରସିଆ ଠାରେ ରବର ପ୍ରକଳ୍ପ ତତ୍କାଳୀନ ପ୍ରକଳ୍ପ ପ୍ରଶାସକ  ଜୟନ୍ତ ଷଡଙ୍ଗୀ ଥିବା ସମୟରେ ଆରମ୍ଭ ହଇଥିଲା।

prayash

ଯଶିପୁର ବ୍ଲକ ବରେହିପାଣି ଗ୍ରାମପଞ୍ଚାୟତର ବାରସିଆ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମଣି କର୍ମ ନିଯୁକ୍ତି ନିଶ୍ଚିତ ଯୋଜନା ଆନୁକୂଲ୍ୟରେ୨୦୧୩-୨୦୧୪  ମସିହାରେ କାର୍ଯ୍ୟ ନିର୍ବାହୀ ସଂସ୍ଥା, ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା, କରଞ୍ଜିଆ ତରଫରୁ ରବର ପ୍ରକଳ୍ପ ନାମରେ ୧୨୫ ଏକର ଜାଗାରେ ୩୭.୪୯ ଲକ୍ଷ ଟଙ୍କାରେ ରବର ବୃକ୍ଷ ରୋପଣ ଓ କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏବଂ ହସ୍ତ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହା  ଭିତରେ ପାଞ୍ଚଜଣ ପ୍ରକଳ୍ପ ପ୍ରଶାସକ, ଜୟନ୍ତ ସରଙ୍ଗୀ, ଗଙ୍ଗାଧର ନାୟକ, ଗୋଦାବରୀ ପଟନାୟକ, ଦେଵେଶ ବିଶ୍ୱାଳ, ଶରତ କୁମାର ପୁରହିତଙ୍କ ବଦଳି ହୋଇ ସାରିଲାଣି କିନ୍ତୁ ରବର ଗଛ ଦୁର୍ନୀତି  ବିଷୟରେ କେହି ମୁହଁ ଖଲି ନ ଥିଲେ। ବର୍ତ୍ତମାନ ଯେତେବେଳେ ଲୋକାୟୁକ୍ତ  ରବର ଗଛର ଦୁର୍ନୀତି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ଦାୟର କରିବା ପରେ  ଭିଜିଲାନ୍ସ  ବିଭାଗ ତଦନ୍ତ କରୁଛି । ତେବେ ପ୍ରାଥମିକ ତଦନ୍ତରୁ ଏଥିରେ ୬ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହଇଥିବା ଜାଣି ଏହାର ସରଜମିନ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ। ତେବେ ବର୍ତ୍ତମାନ ଦେଖିବା ପାଇଁ ବାକି ରହିଲା ରବର ପ୍ରକଳ୍ପ ନାମରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ଅଧିକାରୀ ମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

kalyan agarbati

Comments are closed.