ଟ୍ୱିଟର ପାଇଲା ନୂଆ ମାଲିକ; ସିଇଓ ରହିବେ ପରାଗ !
ନ୍ୟୁୟର୍କ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ହାତକୁ ଯାଇଛି ଟ୍ୱିଟର । ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରକୁ କିଣିଛନ୍ତି ଏଲନ୍ । ଇ-କାର୍ କମ୍ପାନୀ ଟେସଲାର ମାଲିକ ଏଲନ୍ ମସ୍କ ଟ୍ୱିଟରର ନୂଆ ମାଲିକ ହୋଇଥିବା ବେଳେ ବର୍ତ୍ତମାନ କମ୍ପାନୀର ବଡ଼ ବଡ଼ ପଦବୀକୁ ନେଇ ବେଶ ଚର୍ଚ୍ଚ ହେଉଛି । ପରାଗ ଅଗ୍ରୱାଲ ଟ୍ୱିଟର କମ୍ପାନୀର ସିଇଓ ରହିଛନ୍ତି । ବର୍ତ୍ତମାନ ଏଲନ୍ ମସ୍କ ମାଲିକ ହେବା ପରେ ସିଇଓ ପାରାଗ ଅଗ୍ରୱାଲଙ୍କୁ ବରଖାସ୍ତ କରାଯାଇପାରେ ।
ଆଉ ତାଙ୍କ ବଦଳରେ ନୂତନ ସିଇଓ ଅନ୍ୟ କେହି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କମ୍ପାନୀ ପରାଗଙ୍କୁ ବରଖାସ୍ତ କଲେ ତାଙ୍କୁ ବିପୁଳ ପରିମାଣର ଅର୍ଥ ଦେବାକୁ ପଡିବ। ପାରାଗ ଅଗ୍ରୱାଲ କମ୍ପାନୀର ପ୍ରଥମ ମୁଖ୍ୟ ଟେକ୍ନୋଲୋଜି ଅଧିକାରୀ ଥିଲେ । ପରେ ତାଙ୍କୁ ଗତ ବର୍ଷ ନଭେମ୍ବରରେ କମ୍ପାନୀର ସିଇଓ କରାଯାଇଥିଲା ।
୨୦୨୧ ନିମନ୍ତେ ପରାଗଙ୍କର ସମୁଦାୟ ଅନୁକମ୍ପାରଶି ୩.୦୪ କୋଟି ଡଲାର ଥିଲା, ଯେଉଁଥିରୁ ଅଧିକାଂଶ ଷ୍ଟକ ଆୱାର୍ଡ ରୂପେ ମିଳିଥିଲା । ହେଲେ ବର୍ତ୍ତମାନ ଯଦି ଟ୍ୱିଟର ପରାଗଙ୍କୁ ବରଖାସ୍ତ କରେ ତେବେ ମୋଟା ଅଙ୍କର ଟଙ୍କା ଗଣିବ । ରିସର୍ଚ୍ଚ ଫାର୍ମ ଇକ୍ୱିଲାର ତଥ୍ୟ ଅନୁଯାୟୀ, ଏଥିନିମନ୍ତେ ପରାଗଙ୍କୁ ୪.୨ କୋଟି ଡଲାର ଅର୍ଥାତ ୩୨୧.୬ କୋଟି ମିଳିବ । ହେଲେ ବର୍ତ୍ତମାନ ପରାଗଙ୍କ ଭବିଷ୍ୟତିକୁ ନେଇ ପ୍ରଶ୍ନ ଉଠିଛି । ଆଗାମୀ ଦିନରେ ଏଲନ୍ ମସ୍କ ଓ ପରାଗଙ୍କ ମଧ୍ୟରେ କିପରି ବ୍ୟବସାୟିକ ସ୍ଥିତି ରହିବ ।
Comments are closed.