ଚୋରି ଅଳଙ୍କାର ଜବତ; ୪ ଚୋର ଗିରଫ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୦ ନମ୍ବର ୱାର୍ଡ ଅନ୍ତର୍ଗତ ବାଟବୁଢ଼ୀ କଲୋନୀରୁ ଚୋରି ଘଟଣାରେ ଚୌଦ୍ୱାର ପୁଲିସ ୪ଜଣ କୁଖ୍ୟାତ ଚୋରଙ୍କୁ ଧରିବାରେ ସଫଳ ହୋଇଛି । ତାହାସହ ସେମାନଙ୍କ ନିକଟରୁ ବହୁ ପରିମାଣର ଚୋରି ସୁନା ଓ ରୁପା ଅଳଙ୍କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଜଗତପୁର ଥାନା ଅଧିନ ଲକ୍ଷ୍ମଣପୁର ଗାଁର କେଶବ ସ୍ୱାଇଁ(୪୦), ଶିକାରୀପୁରର ହରିହର ପଟ୍ଟନାୟକ(୩୨), ପ୍ରଧାନ ସାହିର ବିଶ୍ୱଜିତ ସାହୁ(୨୧) ଏବଂ ବୈକୁଣ୍ଠ ବିହାର ଅଞ୍ଚଳର ଶୁଭ୍ରଜିତ ସାହୁ(୨୫) ବୋଲି ଜଣାପଡ଼ିଛି  । ସେମାନଙ୍କ ନିକଟରୁ ଗୋଟିଏ ସୁନା ଶଂଖା, ୨ଟି ସୁନା ଲକେଟ, ଗୋଟିଏ ସୁନାମୁଦି, ୨ଟି ନାକଫୁଲ, ୨ଟି ରୁପା ଲକେଟ, ଏକହଳ ପାଉଁଜି ଏବଂ ୨ଟି ରୁପା ମୁଦ୍ରା ଜବତ କରାଯାଇଛି  । ଆଇଆଇସି ବିରଞ୍ଚି ନାରାୟଣ ପତି ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

prayash

ସେ କହିଛନ୍ତି ବାଟବୁଢ଼ୀ କଲୋନୀ ବାସିନ୍ଦା ସଂଜୀବ କୁମାର ଶତପଥୀ ଗତ ଫେବୃୟାରୀ ମାସ ୩ତାରିଖ ଦିନ ଥାନାରେ ଏକ ଅଭିଯୋଗ କରିଥିଲେ । ସେହିଦିନ ସେ ଓ ତାଙ୍କ ପରିବାର ବର୍ଗ ଛତିଆସ୍ଥିତ ଜଣେ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ  ।  ରାତି ୮.୩୦ରେ ସେମାନେ ଘରକୁ ଫେରିବା ପରେ  କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଭିତରେ ପଶି ସୁନା ରୁପାର ଅଳଙ୍କାର ସହିତ ନଗଦ ୪ହଜାର ୫୦୦ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ  । ଅଭିଯୋଗ ପାଇ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ପାର୍ଥ ପ୍ରତିମ ବେଉରା ଚୋର ମାନଙ୍କୁ ଧରିବା ପାଇଁ ପ୍ରୟାସ କହିଥିଲେ  । ଏହି ଚୋରିରେ କେଶବ ଓ ତାର ସହଯୋଗୀମାନେ ସଂପୃକ୍ତ ଥିବା ବିଶେଷ ସୁତ୍ରରୁ ଖବର ପାଇ ସେମାନଙ୍କୁ ଧରିବା ପାଇଁ ପୁଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ  ।

ହେଲେ ସମସ୍ତ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ସମ୍ଭବପର ହୋଇ ପାରୁ ନଥିଲା  ।  ସୋମବାର ଦିନ ପୁଲିସ୍‌ ଚଢ଼ଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ  । ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି  ।

 

kalyan agarbati

Comments are closed.