www.samajalive.in
Monday, December 15, 2025
24.1 C
Bhubaneswar

୪୯ ଛୁଇଁଲେ ସଚିନ; ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୪୯ ବର୍ଷ ବୟସରେ ପାଦ ଥାପିଛନ୍ତି। କ୍ରୀଡ଼ା ଓ ସିନେମା ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ବ ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ଓ ପୂର୍ବତନ କ୍ରିକେଟରଙ୍କ ସମେତ ଭିନ୍ନ ଭିନ୍ନ ଖେଳର ଲୋକପ୍ରିୟ ଚେହେରା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବିବେଚନା କରାଯାଏ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ଏଭଳି ରେକର୍ଡ଼ ରହିଛି, ଯାହାକୁ ଭାଙ୍ଗିବା କୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ, ସର୍ବାଧିକ ଟେଷ୍ଟ ରନ୍‌ ଓ ସର୍ବାଧିକ ୫୦ରୁ ଊର୍ଦ୍ଧ୍ବ ସ୍କୋର କରି ସେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି। ସୁବ୍ରମଣ୍ୟମ ବଦ୍ରୀନାଥଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝା ଏବଂ ସଲିଲ ଅଙ୍କୋଲା ପ୍ରମୁଖ ସାମାଜିକ ଗଣମାଧ୍ୟମରେ ସଚିନଙ୍କୁ ଶୁଭକାମନ ଜଣାଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ସଚିନ ୧୬ ବର୍ଷ ବୟସରେ ୧୯୮୯ରେ ପାକିସ୍ତାନ ବିପକ୍ଷରେ  ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ।

୨୦୧୩ ମସିହା ନଭେମ୍ବର ମାସରେ ସେ ସମସ୍ତ ପ୍ରକାର ଖେଳରୁ ସନ୍ନ୍ୟାସ ଗ୍ରହଣ କରିଥିଲେ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଖେଳାଳୀ ସାଜିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories