www.samajalive.in
Monday, December 8, 2025
13.1 C
Bhubaneswar

ବଞ୍ଚିବାର ରାହା ଦେଖାଇଛି ଝରଣା ପାଣି ; ଜବାଗାଁରେ ପାନୀୟ ଜଳ ସମସ୍ୟା

ଲାଞ୍ଜିଗଡ :  ରାଜ୍ୟ ସରକାର ପାନୀୟ ଜଳକୁ ମୌଳିକ ଅଧିକାରର ପରିସରଭୁକ୍ତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏଯାଏଁ ସ୍ୱପ୍ନ ହୋଇ ରହିଯାଇଛି । ଗ୍ରୀଷ୍ମତାପ ଯେତେ ବଢିଚାଲିଛି ସେହି ଅନୁପାତରେ ଲାଞ୍ଜିଗଡ ବ୍ଲକର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସେତେ ବଢି ଚାଲିଛି। ଏହି ବ୍ଲକରେ ଏମିତିବି ଗାଁ ରହିଛି ଯେଉଁଠି ଏବେ ବି କିଛି ଆଦିବାସୀ ପରିବାର ଝରଣା ପାଣିକୁ ହିଁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଏମିତି ଗାଁ ଏକ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜବା ଗାଁ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ଜବାଗାଁ ଲୋକେ ଝରଣା ଜଳରେ ହିଁ ଶୋଷ ମେଣ୍ଟାଉଛନ୍ତି । ଏହି ଗାଁରେ ୪୫ଟି ପରିବାର ରହୁଥିବା ବେଳେ ୧୯୯୨ ମସିହାରେ ଏକ ନଳକୂଅ ସରକାର ଯୋଗାଇ ଦେଇଥିଲେ । ଯାହା ଖୋଳାଯିବାର ମାସେ ପରେ ଖରାପ ହୋଇଗଲା ଯେ ଏଯାଏ ତା’ର ମରାମତି କଥା କେହି ଚିନ୍ତା କରିନାହାନ୍ତି। ଫଳରେ ଲୋକେ ତାଙ୍କ ଚିରାଚରିତ ଜଙ୍ଗଲ ମଧ୍ୟରେ ଥିବା ଝରଣା ଉପରେ ବର୍ଷ ସାରା ନିର୍ଭର କରୁଛନ୍ତି । ଝରଣା ପାଣିରେ ହିଁ ଲୋକେ ସ୍ନାନ, ଶୌଚ କରୁଥିବା ବେଳେ ସେହି ପାଣିକୁ ହିଁ ପିଉଛନ୍ତି । ଝରଣାର ଦୂଷିତ ପାଣି ସେମାନଙ୍କୁ ମରଣ ମୁହଁକୁ ନେଇଯାଉଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଏହାକୁ ବ୍ୟବହାର କରୁଛନ୍ତି ।

- Advertisement -

ପ୍ରତିଦିନ ଗାଁରେ ୩୦ରୁ ଅଧିକ ଆଦିବାସୀ ଘରର ମହିଳା ମାଠିଆ, ଗରିଆ ଧରି ନିକଟସ୍ଥ ଜଙ୍ଗଲକୁ ଯାଇ ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ଏହା ହେଉଛି ଏମାନଙ୍କ ପାଇଁ ନିତିଦିନିଆ ଜୀବନ ଯାତ୍ରା । ଏପଟେ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗଇଦେବା ପାଇଁ ସରକାର ବିଭିନ୍ନ ଜଳ ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ତାହା ପୂରଣ ହୋଇ ପାରୁନି । ପୁଣି ତାତି ବଢିବ ବୋଲି ପାଣିପାଗ ବିଭାଗ ସୂଚାଇ ଥିବା ବେଳେ ଶୁଖିବାକୁ ବସିଲାଣି ଜଳସ୍ରୋତ, ପାନୀୟ ଜଳ କଷ୍ଟ ଭୋଗୁଛନ୍ତି ଉପାନ୍ତ ଅଞ୍ଚଳବାସୀ। ଏ ସମ୍ପର୍କରେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ, ଜବାଗାଁ ସରପଞ୍ଚ ଯମୁନା ମାଝୀଙ୍କ  ପାଖରେ କ୍ଷମତା ଅଛି , ଫଳରେ ସେ ତାଙ୍କ ​‌ ନିଜ ଗାଁରେ ନଳକୁଅ ଖୋଳିପାରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ  ସରପଞ୍ଚ ଯମୁନା ମାଝୀ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଯୋଗ କରୁନଥିବା ପ୍ରକାଶ କରିଛନ୍ତି । ନିଜ ମଧ୍ୟରେ ବିବାଦ ନ କରି ଗାଁରେ ବିଶୁଦ୍ଧ ପାନୀୟ ଜଳ ଲୋକେ କେମିତି ପାଇବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି। ଆଗକୁ ଆସୁଥିବା ଉତ୍କଟ ଜଳସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ଆବଶ୍ୟକ ପଦକ୍ଷେପନେବାକୁ ଦାବି ହେଉଛି ।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories