ଫାଶୀଦଣ୍ଡ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଫାଶୀଦଣ୍ଡକୁ ନେଇ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ ଆସିବାକୁ ଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଦୋଷୀକୁ ଫାଶୀଦଣ୍ଡ ଦିଆଯିବ ଏବଂ କାହାକୁ ଦିଆଯିବ ନାହିଁ ଏଥିରେ ସ୍ଥିର କରାଯିବ । ଏହି ନିର୍ଦ୍ଦେଶ ସାରା ଦେଶର କୋର୍ଟରେ ଲାଗୁ କରାଯିବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ମଧ୍ୟପ୍ରଦେଶର ଏକ ଦୁଷ୍କର୍ମ ମାମଲାକୁ ନେଇ ସୁପ୍ରିମକୋର୍ଟ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ।

prayash

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଅଭିଯୋଗରେ ଅଭିଯୁକ୍ତକୁ ନିମ୍ନ ଅଦାଲତ ଫାଶୀ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଘଟଣାକୁ ନେଇ ଇରଫାନ ଓରଫ ଭେୟୁ ମେଓ୍ୱାତି ଏକ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ମେ’ ୧୦ ତାରିଖରେ ହେବ ବୋଲି କୁହାଯାଇଛି ।

kalyan agarbati

Comments are closed.