ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ପ୍ରଚାର ଗାଡି ଉଦଘାଟନ
ଏହି ଶିବିରକୁ ଜିଲ୍ଲାରୁ ଦାନ୍ତ, ଆଖି, ମାନସିକ ବିକୃତ, ମେଡ଼ିସିନ, ସାଧାରଣ ରୋଗୀ ପରୀକ୍ଷା ଡାକ୍ତର ସମେତ ଆୟୁଷ ଡାକ୍ତର ମଧ୍ୟ ଉପସ୍ଥିତ ରହି ରୋଗୀ ପରୀକ୍ଷା କରିବେ । ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ କରି ଲୋକଙ୍କୁ ସଚେତନତା କରାଯିବ ।ଅଣସଂରକ୍ଷଣ ରୋଗ ପରୀକ୍ଷା କରାଯିବ ।ଯେଉଁ ମାନେ କରୋନା ଟୀକା ନେହିଁ ନାହାନ୍ତି ସେଠାରେ ଦିଆଯିବ । ଏକକ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡରେ ଆଧାର ଓ ଫୋନ ନମ୍ବର ସଂଯୋଗ କରିଥିଲେ ରୋଗୀ ସଠିକ ଉପକୃତ ହୋଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁଜଣାପଡିଛି । ଉକ୍ତ ପ୍ରଚାର ଗାଡିକୁ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଏଥିରେ ଭାରପ୍ରାପ୍ତ ଡାକ୍ତର ଚିନ୍ମୟୀ ଲିମା,ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ ଅଧିକାରୀ ସଲମନ ରାଇକା, ବିପିଏମ କୈଳାସ ନାୟକ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ ,ମହିଳା ପରିଦର୍ଶିକା ପ୍ରେମଲତା ପାଣିଗ୍ରାହୀ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଉପସ୍ଥିତ ଥିଲେ ।
Comments are closed.