ବିରାଜ ଷ୍ଟିଲରେ ପୁଣି ଦୁର୍ଘଟଣା; କାର୍ଯ୍ୟରତ କର୍ମଚାରୀ ଗୁରୁତର

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଗୁରୁପାଲିରେ ଥିବା ବିରାଜ ଷ୍ଟିଲ ଆଣ୍ଡ୍ ଏନାର୍ଜି କାରଖାନାର ଡବ୍ଲ୍ୟୁ ଏଚଆର ବି ସାଇଟରେ ଡକ୍ ୟାର୍ଡ ସଫା କରୁଥିବା ସମୟରେ ଏକ ଦୁର୍ଘଟଣା ଘଟି ତତଲା ପାଉଁଶରେ ପଡିଯାଇ ଜନୈକ କର୍ମଚାରୀ ଗୁରୁତର ଆହତ ହୋଇଥିବାର ଜଣାପଡିଛି। ଗୁରୁତର ଆହତ କର୍ମଚାରୀ ଟିକେଶ୍ୱର ନାଏକ ସୁନ୍ଦରଗଡ ଜିଲା ମନୋହରପୁର ସାହାଜ ବାହାଲ ଗ୍ରାମର ବାସିନ୍ଦା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଆହତ ଟିକେଶ୍ୱର ନାଏକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତି ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଏହି କାରଖାନାରେ ଏକ ଦୁର୍ଘଟଣା ଘଟି ଜଣେ କାର୍ଯ୍ୟରତ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।

kalyan agarbati

Comments are closed.