ଲକ୍ଷ୍ମୀପୁରରେ ମୁତ୍ୟାଲୁମା’ଙ୍କ ନବଦିନାତ୍ମକ ଘଟଯାତ୍ରା ଆରମ୍ଭ
ଲକ୍ଷ୍ମୀପୁର: ଲକ୍ଷ୍ମୀପୁରର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମା’ ଙ୍କ ନବଦିନାତ୍ମକ ଘଟଯାତ୍ରା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ୯ ଦିନ ଧରି ଚାଲିବ। ଏହି ଯାତ୍ରା ବହୁ ପୂରାତନ। ତେବେ କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ନୀଲାବାଡ଼ୀଠାରେ ଥିବା ମା’ ଅଗ୍ନି ଗଙ୍ଗାମାଙ୍କ ପୀଠରେ ଯାତ୍ରା ଶେଷ ହେବା ପରେ ଜିଲାରେ ଆରମ୍ଭ ହୋଇଥାଏ ଘଣ୍ଟ ଯାତ୍ରା।
ଲକ୍ଷ୍ମୀପୁର ବ୍ଲକ ସଦରର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁ ମା’ଙ୍କ ନଅ ଦିନ ଧରି ଘଟ ଯାତ୍ରା ହୋଇଥାଏ। ବହୁ ପୂରାତନ ଏହି ଯାତ୍ରାରେ ୮ଟି ଘଟ ସହିତ ଏକ ଫୁଲ ଡଙ୍ଗରା ପ୍ରତ୍ୟକ ଦିନ ଗାଁ ପରିକ୍ରମା କରିବା ସହିତ ନିଆଁ ମାଡିବା, କଣ୍ଟା ଦୋଳିରେ ବସି ଝୁଲିବା, ଉତ୍ତପ୍ତ ଶାବଳକୁ ତେଲରେ ମନ୍ଥନ, ଚାଷୀଙ୍କ ଉଦେଶ୍ୟରେ ବିହନ ବଣ୍ଟଣକରିବା, ବାଘ ବେଶ ଗ୍ରାମ୍ୟ ପରିକ୍ରମା କରିବା ଭଳି ହିଭିନ୍ନ ଅଲୌକିକ କାର୍ଯ୍ୟକ୍ରମଗୁଡିକ କରାଯାଉଥିବା ବେଳେ ରାଜ୍ୟ ପ୍ରସିଦ୍ଧ ଥାନା ନିଆଁ ଦେଖିବାକୁ ପ୍ରତିବର୍ଷ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ। ।
ସୋମବାର ରାତିରେ ମା’ଙ୍କ ମନ୍ଦିରୁ ଶୋଭାଯାତ୍ରାରେ ବାଜା ବାଣ ସହିତ ମନ୍ଦିରୁ ଘଟ ଅଣାଯିବା ସମୟରେ ଏଠାରେ ପ୍ରବଳ ଜନସମାଗମ ହୋଇଥିଲା। ମଙ୍ଗଳବାର ବିଶ୍ରାମ ପରେ ବୁଧବାର ପର୍ଯ୍ୟନ୍ତ ନଅ ଦିନ ଧରି ଠାକୁରାଣୀ ଗ୍ରାମ ପରିକ୍ରମା କରି ଘର ଘର ବୁଲି ଭୋଗ ନୈବେଦ୍ୟ ଗ୍ରହଣ କରିବେ’ ଯାହାଫଳରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ। ସୋମବାର ଏଠାରେ ଗୋଷ୍ଠୀ ଊନ୍ନୟନ ଅଧିକାରୀ ପ୍ରୀତିରଞ୍ଜନ ରଥ, ପୂର୍ବତ୍ତନ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଯାତ୍ରା ପାଇଁ ରାସ୍ତାଘାଟ ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଚଳିତ ବର୍ଷ ମୀନା ବଜାର ସହିତ ଶନିବାରଠାରୁ ଦେଶୀଆ ନାଚ ମେଲୋଡି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏନେଇ ଲକ୍ଷ୍ମୀପୁର ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିପରି ଶୃଙ୍ଖଳାର ସହିତ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ ପରିଚାଳନା କମିଟି ପକ୍ଷରୁ ତା’ର ବ୍ୟବସ୍ଥା କରାଯାଇଛି।
Comments are closed.