ଓଡିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟ ଭାବେ ଗଢିତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବିଜୁବାବୁ
ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପାଇଁ ମହାନଦୀ ଧବଳେଶ୍ୱର ଘାଟରେ ତିଳତର୍ପଣ ଓ ଶ୍ରାଦ୍ଧସଭା
ଗୁରୁଡିଝାଟିଆ: ମହାନ ସ୍ୱାଧୀନତା ସଂଗ୍ରାମୀ ରାଷ୍ଟ୍ରନୀତିଜ୍ଞ ବିଜୁ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ଆଜି ମହାନଦୀର ଧବଳେଶ୍ୱର ଘାଟରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଠଗଡ ବିଜୁ ଜନତାଦଳ ପକ୍ଷରୁ ସକାଳେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଠଗଡ ବିଜୁ ଜନତା ଦଳର ସଭାପତି ରବିନ୍ଦ୍ରନାଥ ରାଉତ, ବରିଷ୍ଠ ବିଜେଡି ନେତା ରଞ୍ଜନ କୁମାର ଆଚାର୍ଯ୍ୟ, ନୃସିଂହ ଚରଣ ମହାପାତ୍ର, ଜିଲ୍ଲାପରିଷଦ ଜୋନ ୩ ସଦସ୍ୟ ବଳଭଦ୍ର ବାଘ, ଜିଲା ପରିଷଦ ୧ର ସଦସ୍ୟା ଶାନ୍ତିଲତା ବେହେରା, ବିଜୁ ଯୁବ ଜନତାଦଳର ସଭାପତି ସତ୍ୟପ୍ରିୟ ମହାନ୍ତି, ସରସ୍ୱତୀ ବେହେରା, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ଦୀଲ୍ଲିପ ଛତାର, ପ୍ରିୟବ୍ରତ ସାହୁ, ସମିତିସଭ୍ୟ ପ୍ରଦୀପ କୁମାର ମହାନ୍ତି, ପ୍ରଭାତ ଚନ୍ଦ୍ର ଖଟୁଆ, ହୃଦାନନ୍ଦ ସାମନ୍ତ, ସନ୍ତୋଷ କୁମାର ବେଉରା, ସନ୍ତୋଷ କୁମାର ରାଉତ, ରଞ୍ଜନ ମୁଦୁଲି, କାର୍ତ୍ତିକ ଚନ୍ଦ୍ର ଖଟୁଆ, ପ୍ରଫୁଲ ଚନ୍ଦ୍ର ପତ୍ରୀ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଏବଂ ବିଜୁପ୍ରେମୀମାନେ ତିଳତର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହାପରେ ନଦୀଘାଟ ନିକଟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଆଠଗଡ ବିଜୁ ଜନତାଦଳର ସଭାପତି ରବିନ୍ଦ୍ରନାଥ ରାଉତ ସ୍ମୃତିସଭାରେ ଅଧ୍ୟକ୍ଷତା କରି ବିଜୁବାବୁ ଥିଲେ ଅଦମ୍ୟ ସାହସୀ, ଦେଶମାତୃକାର ଅମୂଲ୍ୟରତ୍ନ ବୋଲି କହିଥିଲେ। ପ୍ରତିକୂଳ ପରିବେଶ ଭିତରେ ଲଢି ମା ମାଟିର ଯଶ ଓ କୀର୍ତ୍ତିକୁ ଆଗକୁ ବଢାଇବା ସହ ଓଡିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟଭାବରେ ଗଢିତୋଳିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଦେଶରେ ମଧ୍ୟ ବିଜୁବାବୁ ବେଶ ପରିଚିତ ଥିଲେ। ବାସ୍ତବରେ ମରୋଣତ୍ତର ଭାବରେ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଶ୍ରୀ ରାଉତ ଦାବି କରିଥିଲେ। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ ଓଡିଶାକୁ ଶିଳ୍ପ ସମୃଦ୍ଧ ଓ ପ୍ରଗତିପଥରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଭଳି ଆଗେଇଦେଥିଲେ ତାଙ୍କର ସୁଯୋଗ୍ୟ ସନ୍ତାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉଦୁଇପାଦ ଆଗେଇ ନେଇ ଓଡିଶାକୁ ବିଶ୍ୱରେ ଏକ ମଡେଲ ଭାବରେ ଗଢିତୋଳିଛନ୍ତି ବୋଲି କହିଥିଲେ। ବିଶ୍ୱରେ ନିଜର ଅଦମ୍ୟ ସାହସ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଜୁବାବୁ ଯୁବସମାଜର ଆଦର୍ଶ ବୋଲି କହିଥିଲେ। ଉପସ୍ଥିତ ସମସ୍ତ ଦଳୀୟ କର୍ମୀ,ବୁଦ୍ଧିଜୀବି ,ଯୁବକ ଓ ମହିଳାମାନେ ବିଜୁବାବୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।
Comments are closed.