www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ  ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କ ଜୀବନରେ ଏପରି ଘଟଣା ଘଟିଛି,  ଯାହା ଦ୍ୱାରା ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବା ପାଇଁ ସହାୟକ ହୋଇ ପାରିଥିଲା। ଗାନ୍ଧିଜୀଙ୍କ ପୂରା ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା , ଗାନ୍ଧିଜୀ ପ୍ରଭୁ ରାମଙ୍କୁ ବିଶ୍ୱାସ କରିବାର କାରଣ ବିଷୟରେ …..

ବହୁତ ରାତି ହୋଇଯାଇଥାଏ। ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଡ଼ରି ଯାଇଥାଆନ୍ତି। ଭୂତପ୍ରେତର ଡ଼ର ତାଙ୍କୁ ସର୍ବଦା ଥାଏ । ଯେତେବେଳେ ସେ ଅନ୍ଧାର ସମୟରେ ଏକା ରହିଥାଆନ୍ତି, ତାଙ୍କୁ ଲାଗିଥାଏ କି ସତେ ଯେପରି ନିକଟରେ ଭୂତ ଅଛି। ତେଣୁ ସେହିଦିନ ଅନ୍ଧାରରେ ତାଙ୍କୁ ବହୁତ ଡ଼ର ଲାଗୁଥିଲା ଓ ତାଙ୍କୁ ଘରର ଗୋଟିଏ କୋଠରୀ ରୁ ଅନ୍ୟ କୋଠରୀ କୁ ଯିବାକୁ ଥିଲା। ବହୁତ ସାହାସ ବାନ୍ଧି ସେ ତାଙ୍କ ବସିବା ସ୍ଥାନରୁ ଉଠିଲେ, ଏହି ସବୁ ଘଟଣା ତାଙ୍କ ଘରେ କାମ କରୁଥିବା ରମ୍ଭା ଦେଖୁଥିଲା। କଣ ହେଲା ପୁଅ ବୋଲି ସେ ମୋହନଙ୍କୁ ପଚାରିଲା ?

- Advertisement -

ମୋତେ ଡ଼ର ଲାଗୁଛି ବୋଲି ମୋହନ ଉତ୍ତର ଦେଇଥିଲେ।

ରମ୍ଭା ତାଙ୍କୁ କହିଲେ, କେଉଁ କଥାର ଡ଼ର ପୁଅ!

ମୋହନ ତାଙ୍କୁ ଉତ୍ତର ଦେଲେ,କେତେ ଅନ୍ଧାର ଯଦି ଭୂତ ଆସେ! ସେହି କାରଣରୁ ମତେ ଡ଼ର ଲାଗୁଛି।

ଏହା ଶୁଣି ରମ୍ଭା ତାଙ୍କ ମୁଣ୍ଡକୁ ଆଉଁସି ଉତ୍ତର ଦେଲେ ଯେ, ପୁଅ ପ୍ରଭୁ ଶ୍ରୀ ରାମଙ୍କୁ ସର୍ବଦା ସ୍ମରଣ କର, ସେ ସର୍ବଦା ତୁମର ରକ୍ଷା କରିବେ। କୌଣସି ବିପଦ ତମକୁ ସ୍ପର୍ଶ କରିପାରିବ ନାହିଁ।

ଏହି କଥାଟି ମୋହନଙ୍କ ମନକୁ ଅତ୍ୟନ୍ତ ଛୁଇଁ ଥିଲା ଓ ପ୍ରଭୁ ରାମଙ୍କ ଉପରେ ସେବେଠୁ ତାଙ୍କର ଖୁବ ବିଶ୍ୱାସ ମଧ୍ୟ କରୁଥିଲେ।

ଏପରି ମୃତ୍ୟୁ ସମୟରେ ତାଙ୍କ ମୁଖରୁ ବାହାରିଥିଲା ‘ହେ,ରାମ’।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories