ଦଶପଲ୍ଲା ମେଡ଼ିକାଲରେ ଅଗ୍ନିକାଣ୍ଡ
ନୟାଗଡ଼: ଆଜି ନୟାଗଡ଼ ଜିଲାର ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟି ଅନେକ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏନଏଚଏମ ରେକର୍ଡ ରୁମରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏନଏଚଏମ ରେକର୍ଡ ରୁମରେ ନିଆଁ ଲାଗିବାରୁ ସେଠାରେ ଥିବା ଅନେକ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ଜଣାପଡ଼ିଛି।
Comments are closed.