ପିଏନ୍ବି ପକ୍ଷରୁ ୧୨୮ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର : ଦେଶର ସର୍ବବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ୧୨୮ତମ ପ୍ରତିଷ୍ଠା ଦିବସ ତା ୧୨-୪-୨୦୨୨ ରିଖ ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇ ୧୦୦ ୟୁନିଟ୍ ରକ୍ତ ସଂଗ୍ରହୀତ ହୋଇଥିଲା । ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ଭରଦ୍ୱାଜ ଏହି ଶିବିରର ଉଦ୍ଘାଟନ କରିଥିଲେ । ବ୍ୟାଙ୍କର ପୋଖରୀପୁଟ ଶାଖାରେ ଏକ ସ୍ୱାସ୍ଥ୍ୟପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ଏବଂ ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ଭରଦ୍ୱାଜ ଓ ଭୁବନେଶ୍ୱରର ସର୍କଲ ମୁଖ୍ୟ ପରେଶ କୁମାର ଦାସ ଏହାକୁ ଉଦ୍ଘାଟନ କରିଥିଲେ ।
ବ୍ୟାଙ୍କର ମାଳି ସାହି ଶାଖାରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମେଳା ଆୟୋଜିତ ହୋଇଥିଲା ଏବଂ ଏହାକୁ ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ଭରଦ୍ୱାଜ, ମହାପ୍ରବନ୍ଧକ ମୁକ୍ତି ରଞ୍ଜନ ରାୟ ଏବଂ କଟକର ସର୍କଲ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଉଦ୍ଘାଟନ କରିଥିଲେ । ବ୍ୟାଙ୍କ ତରଫରୁ ଏକ ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ୍ ଉଦ୍ଘାଟନ କରାଯାଇଥିଲା ଏବଂ ଏହାକୁ ଆଞ୍ଚଳିକ ମୁଖ୍ୟ ଶ୍ରୀ ଭରଦ୍ୱାଜ ଓ ଆଞ୍ଚଳିକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ଗହଣରେ ଉଦ୍ଘାଟନ କରାଯାଇଥିଲା । ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ସମସ୍ତ ଶାଖା ଓ ସର୍କଲ କାର୍ଯ୍ୟାଳୟଗୁଡିକ ତରଫରୁ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆଞ୍ଚଳିକ ମୁଖ୍ୟ ଶ୍ରୀ ଭରଦ୍ୱାଜ ଗ୍ରାହକ ଓ କର୍ମଚାରୀମାନଙ୍କୁ ସମ୍ବୋଧନ କରି ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତଃ ଲାଲା ଲାଜପତ ରାୟ, ଇ.ସି ଜେସୱାଲ, ବାବୁ କାଳି ପ୍ରସନ୍ନ ରାୟ, ଲାଲା ହରେକୃଷ୍ଣ ଲାଲ ଏବଂ ସର୍ଦ୍ଦାର ଦୟାଲ ସିଂ ମାଝିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୮୯୫ ମସିହା ଏପ୍ରିଲ ୧୨ତାରିଖରେ ଲାହୋର ଠାରେ ଆରମ୍ଭ ହୋଇଥିଲା ।
Comments are closed.