ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଶୁଦ୍ଧ ପାନୀୟଜଳ କେନ୍ଦ୍ର ଶୁଭାରମ୍ଭ
ବାଙ୍କୀ:ପ୍ରଚଣ୍ଡ ଖରାରେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଓାର୍ଡରେ ପଥଚାରୀମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୫ଗୋଟି ଶୁଦ୍ଧ ପାନୀୟଜଳ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସମସ୍ତ ପାନୀୟଜଳ କେନ୍ଦ୍ରକୁ ବାଙ୍କୀ ଏନ.ଏ.ସିର ଅଧ୍ୟକ୍ଷା ମାଣିକ ସାହୁ ନଡିଆ ବାଡେଇ ଶୁଭାରମ୍ଭ କରିଛନ୍ତି। ପ୍ରତି ଜଳ ଯୋଗାଣ କେନ୍ଦ୍ରର ଦାୟିତ୍ୱରେ ଥିବା ସ୍ୱେଚ୍ଛାସେବୀମାନେ ଯେଭଳି ସ୍ୱଚ୍ଛତାର ସହିତ ପରିସ୍କାର ପରିଚ୍ଛନ୍ନ ରକ୍ଷା କରି ପଥଚାରୀଙ୍କୁ ଜଳ ଯୋଗାଣର ପରିଚର୍ଯ୍ୟା କରନ୍ତି ସେଥିପ୍ରତି ଦୃଷ୍ଟି ଦେବାପାଇଁ ପରାମର୍ଶ ଦେଇଛନ୍ତି। ପ୍ରଥମେ ୧୧ନଂ ଓାର୍ଡର ଚର୍ଚ୍ଚିକା ଠାକୁରାଣୀଙ୍କ ରାସ୍ତାରେ ସ୍ଥାପିତ ପାନୀୟଜଳ କେନ୍ଦ୍ରକୁ ଉଦଘାଟନ କରାଯାଇଛି। ଏହାପରେ ବାଙ୍କୀ କୋର୍ଟ ପରିସର,କଚେରୀଛକ,ନୃସିଂହ ଛକ ଓ ଆଦିମାତା ଛକ ଠାରେ ଜଳ ଯୋଗାଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ,ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା,ପାରିଷଦ ସନାତନ ବେହେରା,ପଠାଣି ବେହେରା,ରାଜେନ୍ଦ୍ର ମହାପାତ୍ର,ସଞ୍ଜୟ ପୃଷ୍ଟି, ପୂର୍ବତନ ପାରିଷଦ ମାୟାଧର ପ୍ରଧାନ, ସୌମେନ୍ଦ୍ର ମିଶ୍ର, ମନୋଜ ପୃଷ୍ଟି, ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ଜଳଛତ୍ର କେନ୍ଦ୍ରକୁ ସ୍ୱତନ୍ତ୍ର ଛାଇ ଓ କେନ୍ଦ୍ରର ସୌନ୍ଦର୍ଯୀକରଣ ପ୍ରତି ଦୃଷ୍ଟି ଦିଆଯାଇଥିବା ଦେଖିବାକୁ ମିଳିଛି।
Comments are closed.