www.samajalive.in
Tuesday, December 9, 2025
26.1 C
Bhubaneswar

ପାହାଡ ପର୍ବତ ପରିବେଷ୍ଟିତ କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍‍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ

ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ  କ୍ଷେତ୍ରରେ ଅନ୍ୟତମ ମୌଳିକ ଆବଶ୍ୟକତା ଏବଂ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଛି । ମହାମାରୀ ସମୟରେ ଡିଜିଟାଲ ମାଧ୍ୟମରେ ସଂଯୁକ୍ତ ରହିବା କ୍ଷେତ୍ରରେ ଏହାର ଭୂମିକା ଓ ଗୁରୁତ୍ୱ ମଧ୍ୟ ଏହାର ପ୍ରାଧାନ୍ୟକୁ ଅଧିକ ବୃଦ୍ଧିକରିଛି । ତେବେ ଦୁର୍ଗମ ଅଞ୍ଚଳ ଏବଂ ବିଭିନ୍ନ ପ୍ରତିକୂଳ ଭୌଗୋଳିକ ପରିସ୍ଥିତିରେ ଥିବା ଅଞ୍ଚଳଗୁଡିକରେ ଅନେକ ଲୋକ ଏବେ ମଧ୍ୟ ଡିଜିଟାଲ ରୂପାନ୍ତରଣ ଯାତ୍ରାରୁ ଦୂରରେ ରହିଛନ୍ତି ।

ଏହି ତାରତମ୍ୟକୁ ଦୂର କରିବା ଏବଂ ଏପର୍ଯ୍ୟନ୍ତ ଅସଂଯୁକ୍ତ ଅବସ୍ଥାରେ ରହିଯାଇଥିବା ଜନପଦଗୁଡିକୁ ଡିଜିଟାଲ ରୂପାନ୍ତରଣର ଲାଭ ପହଞ୍ଚାଇବା ସକାଶେ ଜିଓ ଓଡ଼ିଶାରେ ‘ଅସଂଯୁକ୍ତଙ୍କୁ ସଂଯୁକ୍ତ କରିବା’ ସୁଦୂରପ୍ରସାରୀ ଲକ୍ଷ୍ୟର ଅଂଶସ୍ୱରୂପ ଏହିଭଳି ପ୍ରତିକୂଳ ସ୍ଥିତି ରହିଥିବା ଅନେକ ଦୁର୍ଗମ ଭୌଗୋଳିକ ଅଞ୍ଚଳ ଏବଂ ଗ୍ରାମାଞ୍ଚଳଗୁଡିକୁ ନିଜର ୪ଜି ଡିଜିଟାଲ ଉପସ୍ଥିତି ନିରନ୍ତର ସମ୍ପ୍ରସାରିତ କରିଚାଲିଛି ।

- Advertisement -

ନିକଟରେ ଜିଓ ତାହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହିତ ପାହାଡ ପର୍ବତ ପରିବେଷ୍ଠିତ କୋରାପୁଟ ଜିଲ୍ଲାର ଦୁର୍ଗମ ନାରାୟଣପାଟଣା ବ୍ଲକ ସଦର ମହକୁମା ଓ ନିକଟବର୍ତ୍ତୀ ଗ୍ରାମଗୁଡିକୁ ସଂଯୁକ୍ତ କରିଛି ଏବଂ ଏହାଦ୍ୱାରା ହଜାର ହଜାର ଅଧିବାସୀଙ୍କ ପାଇଁ ଡିଜିଟାଲ ବିପ୍ଳବର ଶୁଭାରମ୍ଭ କରିଛି, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ୪ଜି ଇଣ୍ଟରନେଟ୍‍ ସେବାର ଲାଭ ଅନୁଭବ କରିଛନ୍ତି ।

ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ, ଡାକ୍ତରଖାନା, ପ୍ରଶାସନିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ନାରାୟଣପାଟଣା ସହର ସମେତ ଜିଓ ୪ଜି ନେଟୱର୍କ ନିକଟବର୍ତ୍ତୀ ଗ୍ରାମ ବିକ୍ରମପୁର, ମୁଣ୍ଡିଗୁରା, ବଚନାପୁଟ, ଅଞ୍ଚଳପୁର ଆଦିର ଅଧିବାସୀଙ୍କୁ ମଧ୍ୟ ଫାଇଦା ପହଞ୍ଚାଉଛି ଏବଂ ଉକ୍ତ ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟ ୭୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି । ଜିଓ ଓଡ଼ିଶା ଟିମ୍‍ର ଏହି ତ୍ୱରିତ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଜିଲ୍ଲା ପ୍ରଶାସନ ସମେତ ସବୁ ମହଲରୁ ପ୍ରଶଂସା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିଜିଟାଲ ସଂଯୋଗିକରଣ କ୍ଷେତ୍ରରେ ରହିଥିବା ତାରତମ୍ୟ ଦୂର କରିବାରେ ଜିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଏହାର ୪ଜି ଡିଜିଟାଲ ଜୀବନରେଖାର ଉପସ୍ଥିତିକୁ ସମଗ୍ର ଦେଶର ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକୁ ଦ୍ରୁତ ସମ୍ପ୍ରସାରିତ କରି ଏପର୍ଯ୍ୟନ୍ତ ଅସଂଯୁକ୍ତ ରହିଯାଇଥିବା ନିୟୁତାଧିକ ନାଗରିକଙ୍କୁ ସଶକ୍ତ କରୁଛି । ଏଥିସହିତ ଗୁଗଲ୍‍ ଏବଂ ଜିଓ ପକ୍ଷରୁ ମିଳିତ ଭାବରେ ବିକଶିତ ଅତ୍ୟନ୍ତ ସୁଲଭ ଏବଂ ବୈଶିଷ୍ଟ୍ୟରେ ସମୃଦ୍ଧ ସ୍ମାର୍ଟଫୋନ୍‍ ‘ଜିଓଫୋନ୍‍ ନେକ୍ସଟ’ ହଜାର ହଜାର ବ୍ୟବହାରକାରୀଙ୍କୁ ଆନନ୍ଦ ଆଣିଦେଇଛି, ବିଶେଷକରି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ବାସକରୁଥିବା ବୟସ ବର୍ଗ ନିର୍ବିଶେଷରେ ପ୍ରଥମ ଥର ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ମୂଲ୍ୟରେ ହାଇ-ଏଣ୍ଡ ସ୍ମାର୍ଟଫୋନ ବ୍ୟବହାର କରିବା ସ୍ୱପ୍ନ ସାକାର କରିବା ଦିଗରେ ସହାୟତା କରୁଛି । ଏହି ପତଳା ସ୍ମାର୍ଟଫୋନ୍‍ରେ ହାଇ-ଏଣ୍ଡ୍‍ ସ୍ମାର୍ଟଫୋନ୍‍ଗୁଡିକର ସର୍ବାଧୁନିକ ବୈଶିଷ୍ଟ୍ୟ ସନ୍ନିବେଶିତ ହୋଇଛି ଏବଂ ତାହା ସହିତ ଏହା ଗୁଗଲ୍‍ର ସମସ୍ତ ଆପ୍‍ ଏବଂ ଜିଓର ପ୍ରିମିୟମ୍‍ ଆପ୍ଲିକେସନ ସମୂହର ସମ୍ମିଳିତ ଶକ୍ତି  ସହିତ ଆସୁଛି, ଯେଉଁଥିରେ ଉଚ୍ଚ କ୍ଷମତା ସଂପନ୍ନ ପଛ ଓ ସମ୍ମୁଖ ଭାଗ କ୍ୟାମେରା ରହିଛି ଏବଂ ଏହା ଫିଚର୍‍ ଫୋନ୍‍ରୁ ସ୍ମାର୍ଟଫୋନ ଶ୍ରେଣୀକୁ ଉନ୍ନୀତ ହେବାକୁ ଚାହୁଁଥିବା ହଜାର ହଜାର ବ୍ୟବହାରକାରୀଙ୍କ ଚାହିଦା ପୂରଣ କରୁଛି ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories