ଜାଣନ୍ତୁ କେଉଁ ଦେଶ ମୁଦ୍ରାରେ ରହିଛି କାର୍ଟୁନ୍ ଚିତ୍ର

0

ବିଭିନ୍ନ ଦେଶର ମୁଦ୍ରାରେ ସେଠା ମହାପରୁଷ ଅବା ଅନ୍ୟାନ୍ୟ ଗରୁତ୍ବପୂର୍ଣ୍ଣ ଚିତ୍ର ରହିଛି। ହେଲେ ଏଭଳି ଏକ ରାଷ୍ଟ୍ର ଅଛି ବିଶ୍ବରେ, ଯାହାର ମୁଦ୍ରାରେ କାର୍ଟୁନ୍ ଚରିତ୍ର ହୋଇଛି। ସ୍ଥାନୀୟ ଲୋକେ ଏହି ମୁଦ୍ରା ବ୍ୟବହାର କରୁଥିବାବେଳେ ପର୍ୟ୍ୟଟକଙ୍କ ପାଇଁ ମଧ୍ୟ ଏହା ବାଧ୍ୟତାମୂଳକ ନିୟମ।

ନ୍ୟୁଜିଲାଣ୍ଡସ୍ଥିତ ଏକ ଛୋଟ ଦ୍ବୀପ ହେଉଛି ନ୍ବିଇ। ମୋଟ୍ ୧୨୦୦ ଜନସଂଖ୍ୟାବିଶିଷ୍ଟ ଏହି ଦ୍ବୀପରେ ୨ ପ୍ରକାରର ମୁଦ୍ରା ପ୍ରଚଳନ ହୋଇଥାଏ। ଗୋଟିଏ ମୁଦ୍ରା ନ୍ୟୁଜିଲାଣ୍ଡର ଜାତୀୟସ୍ତରରେ ବ୍ୟବହୃତ ହେଉଥିବା ମୁଦ୍ରା ଓ ଅନ୍ୟଟି ନ୍ବିଇ ଦ୍ବୀପର ମୁଦ୍ରା। ଏହି ମୁଦ୍ରାରେ ଡିଜନୀ କାର୍ଟୁନ୍ ଚରିତ୍ର ଚିତ୍ରାୟିତ ହୋଇଥିବାବେଳେ ସୁପରମ୍ୟାନ୍, ବ୍ୟାଟ୍ ମ୍ୟାନ୍ ମଧ୍ୟ ଏଠା ମୁଦ୍ରାରେ ରହିଛନ୍ତି।

୧୯୬୬ ସମୟରୁ ନ୍ବିଇ ନିଜର ମୁଦ୍ରା ପ୍ରଚଳନ କରିଥିଲା। ପରବର୍ତ୍ତୀ ସମୟରେ ଏଠା ପ୍ରଶାସନ କାର୍ଟୁନ୍ ଚରିତ୍ରକୁ ମୁଦ୍ରାରେ ଛପାଇଥିଲା। ସ୍ଥାନୀୟ ଲୋକଙ୍କ ସହ ପର୍ୟ୍ୟଟକଙ୍କ ଦ୍ବାରା ଏହି ପଦକ୍ଷେପ ଆଦୃତ ହୋଇଥିଲା। ପର୍ୟ୍ୟଟକମାନେ ନ୍ବିଇ ଦ୍ବୀପରୁ ମୁଦ୍ରା ଆଣି ଅନ୍ୟ ସ୍ଥାନରେ ବହୁ ମୂଲ୍ୟରେ ବିକ୍ରି କରିଥାନ୍ତି ।

Leave A Reply