www.samajalive.in
Friday, December 12, 2025
26.1 C
Bhubaneswar

ତୁ ତ ମୁତୁରି, ମୁଁ ତ ମୁତୁରି… କ୍ଲିନଚିଟ ଦେବାକୁ ପୁଲିସ ଭାରି ତତ୍ପର

ଡେସ୍କ: ଓଡ଼ିଆରେ ଏକ ପ୍ରବାଦ ଅଛି…ତୁ ତ ମୁତୁରି, ମୁଁ ତା ମୁତୁରି, ହେଁସ କାହିଁ ପାଇଁ ଧୋଇବା। ଆଜି ଏହା ପ୍ରମାଣ କରି ଦେଖାଇଛି କମିସନରେଟ ପୁଲିସ। ଜଣେ ଅସହାୟ ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ନିର୍ଯାତନା ଦେଇଥିବା ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଯାଇ କମିସନରେଟ ପୁଲିସ ତାର ପାରିବା ପଣିଆ ଦେଖାଇଛି। କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ଲଜ୍ଜାଜନକ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଯୁବକଙ୍କୁ ପୁଲିସ ଗିରଫ କରିବାର ମାତ୍ର କେତେ ଘଣ୍ଟା ମଧ୍ୟରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ରାଜ୍ୟ ସରକାର ଏବଂ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଅନ୍ୟ କେତେଜଣ ମନ୍ତ୍ରୀ ଏହି ଘଟଣାରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବାର ୨୪ ଘଣ୍ଟା ନ ପୂରୁଣୁ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏଭଳି ଦଫା ଲାଗିଲା, ଯାହା ଫଳରେ ସେମାନଙ୍କୁ ଜାମିନ ମିଳିଗଲା। ପୀଡିତା ଓ କ୍ୟାପଟେନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବା ବଦଳରେ ଯେଉଁ ପୁଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିଲେ ଓ ନିର୍ଯାତନା ଦେଇଥିଲେ, ସେମାନଙ୍କ ଅଭିଯୋଗ ଆଧାରରେ କୋହଳ ଦଫା ଲଗାଇଥିବାରୁ ଗିରଫ ହୋଇଥିବା ୭ ଜଣଙ୍କୁ ଜାମିନ ମିଳିବାରେ କୌଣସି ଅସୁବିଧା ହୋଇ ନ ଥିଲା। ୱି କେୟାର, ୱି ଡେୟାର’ର ବାର୍ତ୍ତା ଦେଉଥିବା ଓଡିଶା ପୁଲିସର ଏଭଳି କାର୍ଯ୍ୟକଳାପକୁ ରାଜ୍ୟ ସମେତ ସାରା ଦେଶ ନିନ୍ଦା କରୁଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories