www.samajalive.in
Friday, December 12, 2025
27.1 C
Bhubaneswar

ବେଙ୍ଗାଲୁରୁରୁ ଫେରିଲା ଶ୍ରମଜୀବିଙ୍କ ମୃତଦେହ

ପାଟଣା: ଘଟଗାଁ ବ୍ଲକ ଅନ୍ତର୍ଗତ ଭୋଳବେଡା ପଞ୍ଚାୟତ ରାଇକୁଦର ଗ୍ରାମର ତରଣିସେନ ଲୋହାର(୪୦) ନାମକ ଜଣେ ଶ୍ରମଜୀବିଙ୍କର ଗତ ୧୯ ତାରିଖରେ ବେଙ୍ଗାଲୁରୁରେ ସ୍ୱାସ୍ଥ୍ୟଗତ କାରଣରୁ ମୃତ୍ୟୁ ଘଟିଥିଲା। ସେ ପତ୍ନୀ ଓ ଏକମାତ୍ର ପୁତ୍ରକୁ ଧରି ବେଙ୍ଗାଲୁରୁରେ ଜଣେ ଶ୍ରମଜୀବି ଭାବେ କାର୍ଯ୍ୟ କରୁଥିଲେ। ତରଣିସେନଙ୍କ ମୃତ୍ୟୁରେ ପରିବାର ଭାଙ୍ଗି ପଡିଥିବା ବେଳେ ବେଙ୍ଗାଲୁରୁରେ ମୃତଦେହ ଆଣିବା ପାଇଁ  ସମ୍ପର୍କୀୟମାନେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ସହାୟତା ଲୋଡିଥିଲେ। ସାଂସଦ ନାୟକ ଯଥାଶୀଘ୍ର କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳିଙ୍କ ସହ ଯୋଗାଯୋଗ କରି ତରଣିସେନଙ୍କ ମୃତଦେହ ଗ୍ରାମକୁ ଆଣି ବ୍ୟବସ୍ଥା କରିଥିଲେ। ଗତକାଲି ସାଂସଦ ନାୟକଙ୍କ ପ୍ରଚେଷ୍ଟା ଫଳରେ ଶନିବାର ସନ୍ଧ୍ୟା ପାଖାପାଖି ୭ଟା ସମୟରେ ତରଣିସେନଙ୍କ ମର ଶରୀର ରାଇକୁଦର ଗ୍ରାମରେ ପହଞ୍ଚିଛି। ଉଡାଯାହାଜରେ ମରଶରୀର ଭୁବନେଶ୍ୱର ଆସିବା ପରେ ଆଜି ଅପରାହ୍ନରେ ସାଂସଦଙ୍କ ପ୍ରତିନିଧିମାନେ ବିମାନ ବନ୍ଦରରୁ ମୃତଦେହକୁ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories