ଭୁବନେଶ୍ୱର: ରୋଟାରୀ ଇଣ୍ଟରନ୍ୟାସନାଲ ୩୨୬୨ ଏବଂ “କନ୍ୟା ଅନ୍ମୋଲ ହୈ” ଚାରିଟେବଲ ଟ୍ରଷ୍ଟ ତରଫରୁ “କନ୍ୟାର ସୁରକ୍ଷା ଆମର ଦାୟିତ୍ୱ” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ “ରୋଟାରୀ ଡ଼ଷ୍ଟ୍ରିିକ୍ଟ ୩୨୬୨”ର ପ୍ରାନ୍ତପାଳ ରୋଟାରିଆନ ଯଜ୍ଞଶିଷ ମହାପାତ୍ର ଯୋଗ ଦେଇ କନ୍ୟାର ମାନ, ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା ପାଇଁ ସମାଜର ପ୍ରତ୍ୟେକଟି ବର୍ଗର ମଣିଷ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ। ଏହି କ୍ରମରେ ରୋଟାରୀ କନ୍ୟାମାନଙ୍କ ପାଇଁ ୭ ସୂତ୍ରୀୟ କାର୍ଯ୍ୟକ୍ରମମାନ ହାତକୁ ନେଇଛି ବୋଲି ଦର୍ଶାଇଥିଲେ।
ଅନୁଷ୍ଠାନର ନୂତନ ଭାବେ ଦାୟିତ୍ୱ ନେଇଥିବା ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ରୋଟାରୀ ସହ ପ୍ରାପ୍ତପାଳ ତଥା “କନ୍ୟା ଅନମୋଲ ହୈ”ର ରାଷ୍ଟ୍ରୀୟ ସଂଯୋଜକ ସରୋଜ ଦାଶ ଏହି ସଚେତନତା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଉପସ୍ଥାପିକା ତପସ୍ୱିନୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ସସ୍ମିତା ଦାଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଆହାନା ବରାଳ କନ୍ୟା ସମସ୍ୟା ଉପରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ୍ ନନ୍ଦକିଶୋର ମହାରଣା, ସୌମ୍ୟ ରଞ୍ଜନ ବେହେରା, ସଭାପତି ଭାବେ ଦେବସ୍ମିତା ଦାସଙ୍କ ସହ ଉପଦେଷ୍ଟା ଭାବେ ଦୁର୍ଗା ସାମନ୍ତରାୟ, ଜୟ ସାମନ୍ତ, ସୂର୍ଯ୍ୟ ନାରାୟଣ ମହାନ୍ତି, ବେଣୁଧର ବିଶ୍ୱାଳ ଓ ସାଧାରଣ ସମ୍ପାଦକ ଏବଂ ଅର୍ଥ ବିଭାଗ ସୌମ୍ୟରଞ୍ଜନ ବେହେରାଙ୍କ ହାତକୁ ଯାଇଛି। ଏହା ସହ ରାଜ୍ୟ ସଞ୍ଚାଳକ ଭାବେ ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ, ରାଜଲକ୍ଷ୍ମୀ ଚାଟାର୍ଜୀ, ସୂଚିସ୍ମିତା ବେହେରା ଓ ଶାରଳା ସ୍ୱାଇଁଙ୍କୁ ଦିଆଯାଇଛି। କାର୍ଯ୍ୟକ୍ରମରେ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।



