ବିବାହର ୪୦ ଦିନରେ ଛାଡପତ୍ର ପାଇଁ ନିଷ୍ପତ୍ତି ନେଲେ ମହିଳା: କହିଲେ, ‘ସେ ଗାଧୋଉନାହାଁନ୍ତି’
ଆଗ୍ରା : ଛାଡପତ୍ର ଏକ ବଡ ନିଷ୍ପତ୍ତି ହୋଇଥାଏ, ଯାହାକୁ ଦମ୍ପତି ଭାବିଚିନ୍ତି ନେବା ଉଚିତ୍ । ଆଜିକାଲି ଅନେକ ଛାଡପତ୍ର ମାମଲା ସାମ୍ନାକୁ ଆସୁଛି । ଛାଡପତ୍ରର ଅନେକ କାରଣ ଥାଇପାରେ । କିନ୍ତୁ ଆଗ୍ରାରେ ଜଣେ ମହିଳା ନିଜ ପତିଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେବାର କାରଣ ତାଙ୍କ ପତି ଗାଧୋଉନାହାଁନ୍ତି । ବିବାହର ପ୍ରାୟ ୪୦ ଦିନ ପରେ ମହିଳା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।
View this post on Instagram
ଆଗ୍ରାର ନବ ବିବାହିତା ମହିଳାଙ୍କ ଅନୁସାରେ ତାଙ୍କ ପତି ମାସକୁ ମାତ୍ର ୨ ଥର ଗାଧୋଉଛନ୍ତି । ମହିଳାଜଣକ କହିଛନ୍ତି କି ତାଙ୍କ ସ୍ବାମୀ ଦିନେ ଦୁଇଦିନକୁ ଥରେ ଗଙ୍ଗାଜଳ ଛିଞ୍ଚିହୋଇଯାଉଛନ୍ତି ଏବଂ ସ୍ନାନ କରୁନାହାଁନ୍ତି । ୪୦ ଦିନରେ ମାତ୍ର ୬ ଥର ଗାଧୋଇଛନ୍ତି ବୋଲି ତାଙ୍କ ପତ୍ନୀ କୁହନ୍ତି । ଏହି କାରଣରୁ ସେ ଛାଡପତ୍ର ଦେବାକୁ ଚାହୁଁଛନ୍ତି ଏବଂ କୋର୍ଟରେ ଆବେଦନ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ଘଟଣା ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି ।
Comments are closed.