Patra electronics

ରଙ୍ଗୀନ ଅଟୋର ଭିଡିଓ ଭାଇରାଲ, କୌଣସି କାରଠୁ କମ୍ ନୁହେଁ..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଆଜି କାଲି ଅନେକ ଭିଡିଓ ଭାଇରାଲ ହେଉଛି । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଭିନ୍ନ ଅଟୋରିକ୍ସା ନଜର ଆସୁଛି । ଏହି ୩ ଚକିଆ ଅଟୋକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଟୋ କୌଣସି କାରଠୁ କମ୍ ନଜର ଆସୁନି ।

ଇନଷ୍ଟାଗ୍ରାମରେ ନିଲେଶ ଭାଉ ନାମକ ଏକ ୟୁଜର ଏହି ଭିଡିଓକୁ ସେୟାର କରିଛନ୍ତି । ଭିଡିଓରେ ଏକ ରଙ୍ଗୀନ ଆଲୋକରେ ସଜ୍ଜିତ ଅଟୋ ନଜର ଆସୁଛି । ପଛ ସିଟ୍ କାର୍ ଭଳି ନଜର ଆସୁଛି । ଭିତରେ ରଙ୍ଗ ବେରଙ୍ଗର ଲାଇଟ୍ ଲାଗିଛି । ଅଟୋ ଭିତରେ ଏକ ଆକ୍ବାରିୟମ ମଧ୍ୟ ଅଛି । ଯାତ୍ରୀଙ୍କ ଆଖି ସାମ୍ନାରେ ଏହି ଆକ୍ବାରିୟମ ରଖାଯାଇଛି ।  ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ୧ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Comments are closed.