Patra electronics

ଶୁଆକୁ ମିଳିଲା ନୂଆ ଜୀବନ, ବେକରୁ ବାହାରିଲା ୨୦ ଗ୍ରାମର ଟ୍ୟୁମର

ଭୋପାଳ : ମଧ୍ୟ ପ୍ରଦେଶର ସତନା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୨୧ ବର୍ଷୀୟ ଶୁଆର ସଫଳତାପୂର୍ବକ ଅପରେସନ କରାଯାଇ ୨୦ ଗ୍ରାମର ଟ୍ୟୁମର ବାହାର କରାଯାଇଛି । ୨ ଘଣ୍ଟା ଧରି ଅପରେସନ କରି ଡାକ୍ତରମାନେ ଶୁଆକୁ ଏକ ନୂଆ ଜୀବନ ଦେଇଛନ୍ତି । ଏହି ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାୟ ୬ ମାସ ପୂର୍ବେ ଶୁଆର ମାଲିକ ଶୁଆ ବେକରେ ଏକ ଗଣ୍ଠି ଭଳି ମାଂସ ଦେଖିଥିଲେ । ଧିରେ ଧିରେ ଏହା ବଢିବାକୁ ଲାଗିଲା । ଏହି କାରଣରୁ ଶୁଆ ଠିକ ଭାବେ ବୋବାଇ ପାରୁନଥିଲା କିମ୍ବା ଖାଦ୍ୟ ଖାଇପାରୁନଥିଲା । ଶୁଆର ମାଲିକ ଚନ୍ଦ୍ରଭାନ ବିଶ୍ବକର୍ମା ତାକୁ ପଶୁ ଡାକ୍ତରଙ୍କୁ ଦେଖାଇଲେ ।

ଯାଞ୍ଚ ପରେ ଶୁଆ ବେକରେ ଟ୍ୟୁମର ହେଇଥିବା ଡାକ୍ତର କହିଲେ । ଅପରେସନ କରିବା ପାଇଁ ଡାକ୍ତର ପରାମର୍ଶ ଦେଲେ । ୧୫ ସେପ୍ଟେମ୍ବରରେ ପ୍ରାୟ ୨ ଘଣ୍ଟାର ଅପରେସନ ପରେ ଶୁଆ ବେକରୁ ୨୦ ଗ୍ରାମର ଟ୍ୟୁମର କାଢିବାରେ ସଫଳ ହୋଇଥିଲେ ଡାକ୍ତର । ଶୁଆର ଓଜନ ୯୮ ଗ୍ରାମ ଥିବାବେଳେ ତା ବେକରୁ ୨୦ ଗ୍ରାମର ଟ୍ୟୁମର ବାହାରିଛି । ତେବେ ଶୁଆଟି ଅପରେସନ ପରେ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

Comments are closed.