ଖାଲ ଯାଗାକୁ ସମତୁଲ କରିବା ଲାଗି ଦାବି

ଆଠଗଡ: ଆଠଗଡ ବ୍ଲକର ଅନନ୍ତପୁର ପଞ୍ଚାୟତ ଅଧିନ ନୂଆଶାସନ ଗ୍ରାମରେ ଥିବା ଅବ୍ୟବହୃତ ଖାଲୁଆ ଯାଗାକୁ ସମତୁଲ କରି ବ୍ୟବହାର ଉପଯୋଗୀ କରିବା ଲାଗି ଦାବି କରାଯାଇଛି। ଏ ସମ୍ପର୍କରେ ଏକ ଦାବିପତ୍ର ନୂଆଶାସନ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଶୁକ୍ରବାର ପ୍ରଦାନ କରାଯାଇଛି। ଅନନ୍ତପୁର ପଞ୍ଚାୟତରେ ପ୍ରତିଷ୍ଠିତ ଟାଟା ଷ୍ଟିଲ ଆଲଏଜ୍ ଓ ପାୱାର ପ୍ଲାଣ୍ଟ ଦ୍ବାରା ଉକ୍ତ ଖାଲୁଆ ସରକାରୀ ଜମିକୁ ସମତୁଲ କରାଇବାକୁ ଗ୍ରାମର ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ଭେଟି ଏ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଗ୍ରାମବାସୀଙ୍କ କହିବା ମୁତାବକ ଅନନ୍ତପୁର ପଞ୍ଚାୟତର ନୂଆଶାସନ ଗ୍ରାମର ଦକ୍ଷିଣ-ପୂର୍ବ କୋଣରେ ଏକ ବିରାଟ ଖାଲୁଆ ସରକାରୀ ଜମି ରହିଛି, ଯାହାକି ବ୍ୟବହାର ଅନୁପଯୋଗୀ ହୋଇ ରହିଛି। ଅନେକ ସମୟରେ ସେହି ଖାଲୁଆ ଯାଗାରେ ଗାଈଗୋରୁ ତଥା ଗୃହପାଳିତ ପଶୁ ପଡି ମୃତାହତ ହେଉଛନ୍ତି। ସଂପୃକ୍ତ ସ୍ଥାନର ପୂର୍ବ ପାର୍ଶ୍ବରେ ମହାନଦୀ ପ୍ରବାହିତ ହେଉଥିବାରୁ ବନ୍ୟା ସମୟରେ ନଦୀବନ୍ଧରେ ଘାଇ ସୃଷ୍ଟି ଦ୍ବାରା ସେହି ଅଞ୍ଚଳରେ ବନ୍ୟା ବିତ୍ପାତ ହୋଇଥାଏ। ଖାଲୁଆ ଯାଗା ସମତୁଲ ହୋଇପାରିଲେ ବନ୍ୟା ବିତ୍ପାତରୁ ମଧ୍ୟ ରକ୍ଷା ମିଳିବ ବୋଲି ଗ୍ରାମର ବହୁ ଅଧିବାସୀ ପ୍ରକାଶ କରିଛନ୍ତି।

Comments are closed.