www.samajalive.in
Saturday, December 6, 2025
14.1 C
Bhubaneswar

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ, ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ନିର୍ଦେଶ

ବାରିପଦା: ୨୦୧୯ ମସିହାରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଡସାହି ଥାନା ଦେଉଳିଆ(ନୂଆସାହି) ଗ୍ରାମର କମଲ ଲୋଚନ ସିଂ(୩୫)କୁ ଶନିବାର ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍‌(ପୋକ୍ସୋ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ) ସନ୍ତୋଷ କୁମାର ନାୟକ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତକୁ ପୋକ୍ସୋ ଆଇନର ୬ ଧାରାରେ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି। ଜୋରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ ଜେଲ ଭୋଗିବାକୁ ଆଦେଶରେ ଉଲ୍ଲେଖ ରହିଛି।

ତତ୍‌ସହିତ ପୀଡିତାଙ୍କ ଥଇଥାନ ସହ କ୍ଷତିପୂରଣ ବାବଦ ୬ଲକ୍ଷ ଟଙ୍କା ଅନୁକମ୍ପା ରାଶି ପୀଡିତାଙ୍କ ନାମରେ ଏକ ଜାତୀୟ ବ୍ୟାଙ୍କରେ ୧୦ ବର୍ଷ ପାଇଁ ସ୍ଥାୟୀ ଜମା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଜିଲା ଆଇନ ସେବା ପ୍ରାଧିକରଣ, ସମ୍ପାଦକଙ୍କ ବିନା ଅନୁମତିରେ ଉକ୍ତ ଅର୍ଥ ଉଠାଣ କିମ୍ବା ଅନ୍ୟ କାହାରି ନାମରେ ସ୍ଥାନାନ୍ତର କରାଯାଇପାରିବ ନାହିଁ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ଅଭିଯୋଗ ଅନୁଯାୟୀ ବଡସାହି ଥାନାରେ ୨୦୧୯ ଜାନୁଆରୀ ୧୫ରେ ୧୦/୧୯ ନମ୍ବରର ଏକ ମାମଲା ପୀଡିତା ନାବାଳିକାର ମା’ ରୁଜୁ କରିଥିଲେ। ଗିରଫ ଅଭିଯୁକ୍ତ ୨୦୧୯ ଜାନୁଆରୀ ୧୬ ତାରିଖଠାରୁ ଆଜି ପର୍ଯ୍ୟନ୍ତ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଆସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories