ନୂଆଦିଲ୍ଲୀ: ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର। ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳୀ କରାଯିବ। ଆମେରିକାରେ ଆୟୋଜି କ୍ଵାଡ୍ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟେଲିଆ ମଧ୍ୟରେ ଏହି ସହମତି ପ୍ରକାଶ ପାଇଛି। ସମ୍ମିଳନୀ ଶେଷରେ ଏ ନେଇ ଏକ ମିଳିତ ବିବୃତି ଜାରି ହୋଇଛି। ଯେଉଁଥିରେ ଜାତିସଂଘର ସୁରକ୍ଷା ପରିଷଦର କଳେବର ସଂସ୍କାର ସହ ଏହାକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ଉତ୍ତର ଦାୟିତ୍ଵ ସମ୍ପନ୍ନ କରାଯିବା ଉପରେ ଅଧିକ ଜୋର୍ ଦେଇଛନ୍ତି ୪ ଦେଶର ଶୀର୍ଷ ନେତା। କ୍ଵାଡ୍ ସମ୍ମିଳନୀ ପାଇଁ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ , ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏବଂ ଜାପାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ ଆଲୋଚନା ହୋଇଥିଲା। ଯେଉଁଥିରେ ବିଶ୍ଵର ସାମ୍ପ୍ରତିକ ସମସ୍ୟା ସହ ୪ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।
ଜାତିସଂଘ ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର: ବଢିବ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା
Popular Categories



