www.samajalive.in
Friday, December 5, 2025
20.1 C
Bhubaneswar

ଗୋପାଳପୁରରେ ଅନ୍ତର୍ଜାତୀୟ ତଟ ସଫେଇ କାର୍ଯ୍ୟକ୍ରମ, ପ୍ଲାଷ୍ଟିକ ବର୍ଜନ ପାଇଁ ଶପଥ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ସ୍ଥାନୀୟ ଏନଏସି, ଗୋପାଳପୁର କଲେଜ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ତଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ଏହାର ଉଦଘାଟନ କରିବା ସହ ସ୍ବେଛାସେବୀମାନଙ୍କୁ ସଚେତନତା ବାର୍ତ୍ତା ପହଂଚାଇବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ପିଡ଼ି ଡୁଡା ରବୀନ୍ଦ୍ର କୁମାର ପଟେଲ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଅଧ୍ୟକ୍ଷ ଏ. ଜାନକୀ ରାମ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଏନଏସଏସ ବ୍ୟୁରୋ ଡ଼. ଜୟନ୍ତ କୁମାର ପଣ୍ଡା, ସାମୁଦ୍ରିକ ବିଜ୍ଞାନ ବିଭାଗ ପ୍ରଫେସର ସମଘ୍ନ ଆଚାରୀ, ପରିବେଶ ବିଜ୍ଞାନ ବିଭାଗର ଡ଼. ଅଞ୍ଜନ ପୃଷ୍ଟି, ବିଭାଗର ଦୀପକ କୁମାର ସାହୁ ଏବଂ ଦୀପକ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏକକ ବ୍ୟବହୃତ ପ୍ଲାଷ୍ଟିକର ମୌଳିକ ବ୍ୟବହାର କିପରି ପରିବେଶକୁ ଦୂଷିତ କରୁଛି ଓ ତାହାର ନିରାକାରଣ ପାଇଁ ସଚେତନତା ହିଁ ଏକମାତ୍ର ଉପାୟ ବୋଲି ଅତିଥିମାନେ କହିଥିଲେ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତେ ଶପଥ ନେଇଥିଲେ। ପରେ କୁଳପତି ପ୍ରଫେସର ଦାଶ ସବୁଜ ପତାକା ଦେଖାଇ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରିଥିଲେ। ୧୦ଟି କଲେଜର ସ୍ବେଛାସେବୀମାନେ ସଫେଇ କରି ୧.୫ କିମି ମଧ୍ୟରୁ ୧୩୫ କେଜି ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲେ। ଯୁବ ରେଡକ୍ରସ ଅଧିକାରୀ ଡ଼. ରାମ ଚନ୍ଦ୍ର ଜେନା ସଭା ପରିଚାଳନା କରିଥିବା ବେଳେ ଲକ୍ଷ୍ମଣ ପାଳ ଧନ୍ୟବାଦ ଅର୍ପଣ କରିଥିଲେ। ଡ଼. ପ୍ରଦୀପ୍ତ କୁମାର ପଟ୍ଟନାୟକ, ଡ଼. ଗିରିଶ ଚନ୍ଦ୍ର ବେହେରା, ଏସ. ରୂପଲକ୍ଷ୍ମୀ, ସରିତା କୁମାରୀ ପାତ୍ର, ଅଶୋକ କୁମାର ସିଂ, ଅପରାଜିତା ପାଣ୍ଡେ, ଜି.ଗଣେଶ, କେ. ପ୍ରସାଦ, ଅନିଲ ଯାଦବ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories