www.samajalive.in
Thursday, December 11, 2025
18.1 C
Bhubaneswar

ଜିଲ୍ଲା ପ୍ରସାଶନ ଓ ଆକ୍ସନଏଡ଼ ପକ୍ଷରୁ ଦାଦନ ରୋକିବାକୁ ସଚେତନତା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅଞ୍ଚଳରେ ଅନେକ ଦିନରୁ ଦାଦନ ଶ୍ରମିକ ଚାଲାଣ ହେଉଛି। ତେବେ ଏହାକୁ ନେଇ ବଲାଙ୍ଗୀର ଜିଲ୍ଲା ପ୍ରଶାସନ, ରେଳବାଇ ପୁଲିସ, ଆକ୍ସନଆଡ଼ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ରେଳବାଇ ଷ୍ଟେସନ ପରିସରରେ ଆୟୋଜନ ହୋଇଛି। ଏଥିରେ ଅତିଥି ଭାବେ କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା ଆରପିଏଫ ଅଧିକାରୀ ସୁନୀଲ କୁମାର, ଷ୍ଟେସନ ମ୍ୟାନେଜର ପ୍ରଦୀପ କୁମାର, ଅତିରିକ୍ତ ଶ୍ରମ ଅଧିକାରୀ ସୋନମ ଅଗ୍ରୱାଲ, ଆଡ଼ଅଟ ଆକ୍ସନ ପ୍ରୋଗ୍ରାମ ମ୍ୟାନେଜର ସରୋଜ କୁମାର ବାରିକ, ଜିଲ୍ଲା ସଂଯୋଜକ ସନ୍ଧ୍ୟା ରାଣୀ ପତି ପ୍ରମୁଖ ମଞ୍ଚସିନ ଥିଲେ। ଅଞ୍ଚଳରେ ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ହେଉଥିବା ଦାଦନ ଶ୍ରମିକ ମାନଙ୍କୁ ଆମେ କେମିତି ରୋକିବା ସେନେଇ ଆଲୋଚନା ହୋଇଥିଲା। ପରେ ଲିଫଲେଟ ମାଧ୍ୟମରେ ଅଞ୍ଚଳରେ ଥିବା ଦାଦନ ଶ୍ରମିକ ଓ ଶିଶୁ ଶ୍ରମିକ ଚାଲାଣ ହେଲେ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି। ତେବେ ଏଥିରେ କିଛି ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories