www.samajalive.in
Tuesday, December 9, 2025
15.1 C
Bhubaneswar

ବାଲ ରକ୍ଷା ଭାରତ ଦ୍ୱାରା ଶିଶୁଙ୍କ ପାଇଁ ଗପ ବହି ଉନ୍ମୋଚିତ

ଫୁଲବାଣୀ: ଗଳ୍ପ ମାଧ୍ୟମରେ ଶିଶୁ ଓ ସମାଜର ପରିବର୍ତନ ସମ୍ବନ୍ଧୀୟ ଏକ ଗଳ୍ପ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତ, ଓଡିଶା ଶିକ୍ଷା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନ ରେ ପରିଚାଳନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ବିଧାୟକ ଉମା ଚରଣ ମଲ୍ଲିକ ସ୍ୱହସ୍ତରେ ଗଳ୍ପ ବହି ଉନ୍ମୋଚନ କରିଥିଲେ। ଏହି ଅବସରରେ ବାଲ ରକ୍ଷା ଭାରତ, ଦିଲ୍ଲୀର ଶିକ୍ଷା ମୁଖ୍ୟ ସନ୍ଦୀପ ଶର୍ମା ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ଓ ବାଲ ରକ୍ଷା ଭାରତର ଓଡିଶା ମୁଖ୍ୟ ଡକ୍ଟର ଅଭିଜିତ ଭଦ୍ର ଅନୁଷ୍ଠାନ ବିଷୟରେ ସଂକ୍ଷେପରେ କହିଥିଲେ। ସାଂସଦ ଶୈଶବ ଅବସ୍ଥାରେ ଶିଶୁମାନଙ୍କ ସୁଗଠନ ଗଳ୍ପ ମାଧ୍ୟମରେ ହୋଇ ପାରିବ ଏବଂ ଶିଶୁର ଗଠନ ହିଁ ସମାଜର ଗଠନ ବୋଲି ଗୁରୁତ୍ୱ ଦେଇ କହିଥଲେ। ଏଥିସହିତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ବିଜୟଲଷ୍ମୀ ବେହେରା, ଖଜୁରୀପଡା ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରି ଦିଗାଲ, ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରିଷ୍ଣା ବେହେରା ଶିକ୍ଷା ସହିତ ଗଳ୍ପର ଭୂମିକା ଉପରେ ସୂଚନା ଦେବା ପରେ ଶୃଙ୍ଖଳିତ ଶିଶୁ ଦ୍ୱାରା ସମାଜର ପ୍ରଗତି ହୋଇଥାଏ କହିଥିଲେ। ଏହି ଅବସରରେ ଗଳ୍ପ ପୁସ୍ତକରେ ସ୍ଥାନ ପାଇଥିବା ଗଳ୍ପ ଲେଖକ ଓ ଲେଖିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories