www.samajalive.in
Wednesday, December 10, 2025
18.1 C
Bhubaneswar

ବାଲ ରକ୍ଷା ଭାରତ ଦ୍ୱାରା ଶିଶୁଙ୍କ ପାଇଁ ଗପ ବହି ଉନ୍ମୋଚିତ

ଫୁଲବାଣୀ: ଗଳ୍ପ ମାଧ୍ୟମରେ ଶିଶୁ ଓ ସମାଜର ପରିବର୍ତନ ସମ୍ବନ୍ଧୀୟ ଏକ ଗଳ୍ପ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତ, ଓଡିଶା ଶିକ୍ଷା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବାଲ ରକ୍ଷା ଭାରତର ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ମିଶ୍ରଙ୍କ ତତ୍ୱାବଧାନ ରେ ପରିଚାଳନା କରାଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଏବଂ ବିଧାୟକ ଉମା ଚରଣ ମଲ୍ଲିକ ସ୍ୱହସ୍ତରେ ଗଳ୍ପ ବହି ଉନ୍ମୋଚନ କରିଥିଲେ। ଏହି ଅବସରରେ ବାଲ ରକ୍ଷା ଭାରତ, ଦିଲ୍ଲୀର ଶିକ୍ଷା ମୁଖ୍ୟ ସନ୍ଦୀପ ଶର୍ମା ସମସ୍ତଙ୍କୁ ସମ୍ବୋଧିତ କରିଥିଲେ ଓ ବାଲ ରକ୍ଷା ଭାରତର ଓଡିଶା ମୁଖ୍ୟ ଡକ୍ଟର ଅଭିଜିତ ଭଦ୍ର ଅନୁଷ୍ଠାନ ବିଷୟରେ ସଂକ୍ଷେପରେ କହିଥିଲେ। ସାଂସଦ ଶୈଶବ ଅବସ୍ଥାରେ ଶିଶୁମାନଙ୍କ ସୁଗଠନ ଗଳ୍ପ ମାଧ୍ୟମରେ ହୋଇ ପାରିବ ଏବଂ ଶିଶୁର ଗଠନ ହିଁ ସମାଜର ଗଠନ ବୋଲି ଗୁରୁତ୍ୱ ଦେଇ କହିଥଲେ। ଏଥିସହିତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ବିଜୟଲଷ୍ମୀ ବେହେରା, ଖଜୁରୀପଡା ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରି ଦିଗାଲ, ସମ୍ୱନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରିଷ୍ଣା ବେହେରା ଶିକ୍ଷା ସହିତ ଗଳ୍ପର ଭୂମିକା ଉପରେ ସୂଚନା ଦେବା ପରେ ଶୃଙ୍ଖଳିତ ଶିଶୁ ଦ୍ୱାରା ସମାଜର ପ୍ରଗତି ହୋଇଥାଏ କହିଥିଲେ। ଏହି ଅବସରରେ ଗଳ୍ପ ପୁସ୍ତକରେ ସ୍ଥାନ ପାଇଥିବା ଗଳ୍ପ ଲେଖକ ଓ ଲେଖିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories