www.samajalive.in
Saturday, December 13, 2025
23.1 C
Bhubaneswar

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ଶିବିରରୁ ୧୨୩ ୟୁନିଟ୍ ରକ୍ତ ସଂଗ୍ରହ

ଗୋପାଳପୁର: ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତ ଅଭାବ ରହି ଆସୁଥିବାରୁ ଦକ୍ଷିଣ ଓଡିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ନିଷ୍ଟ୍’ ପରିସରରେ ଏନ୍ଏସ୍ଏସ୍ ତରଫରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୧୨୩ ଜଣ ସ୍ଵେଛାକୃତ ଭାବେ ରକ୍ତଦାନ କରିଛନ୍ତି। ଶିବିରରେ ‘ନିଷ୍ଟ୍ ‘ ପ୍ରତିଷ୍ଠାତା ଡ.ସୁକାନ୍ତ କିଶୋର ମହାପାତ୍ର, ଭାରପ୍ରାପ୍ତ କୁଳପତି ଡ଼. ପି. ରାଜେଶ କୁମାର, ପ୍ରଶାସନ ମୁଖ୍ୟ ସୟିଦ ସୁଲେମାନ ଅଲି, ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁଙ୍କର ନାୟକ ଯୋଗଦାନ କରିଥିଲେ। ଏନ୍.ଏସ୍.ଏସ୍ ୟୁନିଟର କାର୍ଯ୍ୟକ୍ରମ ଅଧିକାରୀ ଏମ ଡ଼ି ରିଵାଯ଼ୁଦିନ, ସାକ କୋଅର୍ଡିନେଟର ସରୋଜ ପାଢ଼ୀ, ବାସନ୍ତୀ ପାତ୍ର, ଅଜୟ କୁମାର ପ୍ରଧାନ, ଦୁର୍ଗା ମାଧବ ପାଢ଼ୀ, ଅଚୁତନନ୍ଦ ପରିଡା, ପିତାମ୍ବର ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ଡ. ପ୍ରୀତି ରଞ୍ଜନ ସାହୁଙ୍କ ଉପସ୍ଥିତି ରେ ଶିବିରର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୂର୍ଯ୍ୟ ନାରାୟଣ ପଣ୍ଡା, ପରମାନନ୍ଦ ଗରୁଡ, ବିଜୟଲକ୍ଷ୍ମୀ ରାଓ, ଶାନ୍ତିଲତା ଶବର ସହଯୋଗ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ଡ଼. ଅବିନାଶ ରଥ, ସୁଶାନ୍ତ କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସୁବୁଧି, ଅଶ୍ୱିନୀ କୁମାର ନାୟକ, ସୁଶାନ୍ତ କୁମାର ପଣ୍ଡା, ଗୋପାଳ କୃଷ୍ଣ ସାହୁ, ଲକ୍ଷଣ ବେହେରା, ଡମ୍ବରୁ ବହାଦୁର କର୍କୀ, ବସନ୍ତ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories