ପ୍ରଧାନଶିକ୍ଷକ ମାନଙ୍କ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର କ୍ଳଷ୍ଟର ସ୍ତରୀୟ ପ୍ରଧାନଶିକ୍ଷକ ମାନଙ୍କ ଚତୁର୍ଥ ମାସିକ ବୈଠକ ଶନିବାର କଣ୍ଟାପଡ଼ା ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ଚିନ୍ତାମଣି ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନିଟରିଙ୍ଗ ଅଫିସର ଭାବେ ପିପିଲି ଏବିଇଓ ଲକ୍ଷ୍ମୀପ୍ରିୟା ନାୟକ ଯୋଗଦେଇ ନିଷ୍ଠାପର ଭାବରେ ଶିକ୍ଷାଦାନ କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ମୋୖଳିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତାର ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୂନା ପାଠ ଯୋଜନା, ମାନ ନିର୍ଦ୍ଧାରଣ ଟ୍ରାକର ଓ ରେଜିଷ୍ଟର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ, ମୋବାଇଲ ଟାବଲେଟର ବ୍ୟବହାର ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।

Comments are closed.