www.samajalive.in
Monday, December 8, 2025
14.1 C
Bhubaneswar

ଚେରମୂଳୀ କଂଚା କ୍ଷୀର ସାହାଯ୍ୟରେ ହେଉଛି ଚିକିତ୍ସା-ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି

ବାବା ପେଟାଶ୍ୱରଙ୍କ କରୁଣାରୁ ଅଢେଇ ଓଳିରେ ଆରୋଗ୍ୟ ହେଉଛି ହାଡଭଙ୍ଗା ରୋଗୀ

ହରଭଙ୍ଗା(ପ୍ରିତିରଞନ ଦାସ)-ଯୁଗ ବଦଳିଛି ଆଧୁନିକତା ଛାପରେ ମଣିଷର ବେଶଭୁଷା ପାରିପାଟି ବଦଳିଛି ।ବୈଜ୍ଞାନିକଙ୍କ ନୂଆ ନୂଆ ଜ୍ଞାନକୌଶଳ ଚିକିତ୍ସା ପଦ୍ଧତି ଯୋଗୁଁ ଅସାଧ୍ୟ ରୋଗର ସାଧନ ମଧ୍ୟ ହୋଇପାରୁଛି ।ଏତେସବୁ ପରେ ଆଜି ବି ଦେଶୀ ଚିକିତ୍ସା ଉପରେ ମଣିଷ ସମାଜର ଭରସା ରହିଛି ।ସେଥିପାଇଁ ତ ରୋଗୀ ମେଡିକାଲ ଯିବା ବଦଳରେ ଏଭଳି ଚିକିତ୍ସାକୁ ଆପଣେଇ ନେଉଛି ।ଚେରମୂଳୀ ସାହାଯ୍ୟରେ ଭାଙ୍ଗିଥିବା ହାଡକୁ ମାତ୍ର ଅଢେଇ ଓଳି (ଦେଢଦିନ)ରେ ଯୋଡାଯାଇ ବୈଜ୍ଞାନିକ ଚିକିତ୍ସା ପଦ୍ଧତି ଉପରେ ଆଉ ଏକ ପ୍ରଶ୍ନ ଛିଡା କରାଯାଉଛି ।ଏଭଳି ଏକ ଚିକିତ୍ସା ପଦ୍ଧତି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା

- Advertisement -

ବ୍ଲକ ଭେଜିଗୁଡା ଗ୍ରାମରେ ।ଗ୍ରାମରେ ବାବା ପେଟାଶ୍ୱରଙ୍କ ଏକ ଶୈବପୀଠ ରହିଛି ।ବାବାଙ୍କ ଅପାରକୃପାରୁ କେଉଁ ଆବାହନକାଳରୁ ପୁରୁଷ ପୁରୁଷ ଧରି ଏଠାରେ ହାଡଭଙ୍ଗା ଚିକିତ୍ସା ଚାଲିଛି ।ଏକ ଗଛର ଚେରରୁ ବାହାରୁଥିବା ଛାଲିକୁ ପ୍ରଥମେ ଶୀଳରେ ଛେଚି ଗୁଣ୍ଡ କରାଯାଉଛି ।ପରେ ରୋଗୀର ହାଡଭଙ୍ଗା ସ୍ଥାନରେ ଧଳାକପଡା ବାଉଁଶ ବତା ଦେଇ ଛାଲିକୁ କ୍ଷୀରରେ ଭିଜାଯାଇ ଲେପନ କରାଯାଇ ବନ୍ଧାଯାଉଛି । ଔଷଧ ବାନ୍ଧିବାର ମାତ୍ର ଅଢେଇ ଓଳି ପରେ ଭଙ୍ଗାହାଡ ଯୋଡି ହୋଇଯାଉଛି । ସାମାନ୍ୟ ଏକ ରୁ ଦୁଇ ଲିଟର କଂଚା କ୍ଷୀର ,ଚେରମୂଳୀ ସାହାଯ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଦେଢଦିନରେ ହାଡଭଙ୍ଗା ରୋଗୀ ଆରୋଗ୍ୟ ଲାଭକରୁଛି । ହାଡଭଙ୍ଗା ରୋଗୀଙ୍କ ବିରଳ ଚିକିତ୍ସା ପାଇଁ ଭେଜିଗୁଡା ଗାଁ ବରଦାନ ପାଲଟିଛି । ଏଥିପାଇଁ ଭେଜିଗୁଡା ଗ୍ରାମକୁ ବହୁ ଦୂରଦୂରାନ୍ତରରୁ ହାଡଭଙ୍ଗା ରୋଗୀ ବହୁ ସଂଖ୍ୟାରେ ପ୍ରତିଦିନ ଆସନ୍ତି ।

ବାବାଙ୍କ ପାଖରେ ପୂଜାର୍ଚ୍ଚନା କରି ନଡିଆ ମାନସିକ କରି ଚେରମୂଳୀ ଚିକିତ୍ସା ସାହାଯ୍ୟରେ ରୋଗୀ ଆରୋଗ୍ୟ ଲାଭ କରି ଖୁସିରେ ଘରକୁ ଫେରୁଥିବା ସମାଜସେବୀ ବିଶିକେଶନ ପ୍ରଧାନ କହନ୍ତି ।ହେଲେ ଆସୁଥିବା ରୋଗୀଙ୍କ ଆଶ୍ରୟ ଏବଂ ଚିକିତ୍ସଅ ପାଇଁ ଘର ,ପିଈବା ପାଣି ସୁବିଧା ନଥିବାରୁ ରୋଗୀଙ୍କୁ ଗଛତଳେ ଚିକିତ୍ସା କରାଯାଉଥିବା ଭଳି ଚିତ୍ର ଦେଖିବାକୁ ମିଲୁଛି ।ହାଡଭଙ୍ଗା ରୋଗୀଙ୍କ ପାଇଁ ବରଦାନ ପାଲଟିଥିବା ଭେଜିଗୁଡା ଗାଁରେଥିବା ପେଟାଶ୍ୱର ବାବାଙ୍କ ଶୈବ ପୀଠର ଉନ୍ନତିକରଣ ସାଙ୍ଗକୁ ରୋଗୀଙ୍କ ରହିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ମନ୍ଦିର ପୂଜାରୀ ଗୋପାଳକୃଷ୍ଣ ରଣା ଦାବୀ କରିଛନ୍ତି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories