ଯାତ୍ରୀବାହୀ ବସରୁ ୧୧ଟି ହରିଣ ଶିଂଘ ଜବତ

ରେଙ୍ଗାଲି: ସୋନପୁରରୁ ସୁନ୍ଦରଗଡକୁ ଚାଳାଣ ହେଉଥିବା ୧୧ଟି ହରିଣ ଶିଂଘ ଏକ ଯାତ୍ରୀବାହୀ ବସରୁ ଠେକୋଲୋଇ ପୁଲିସ ଜବତ ପରେ ତାହା ବନବିଭାଗକୁ ହସ୍ତାନ୍ତର କରିଥିବା ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର ଦେଇଥିବା ସୂଚନା ଦେଇଛନ୍ତି। ସୁନ୍ଦରଗଡ ଅଭିମୁଖେ ଯାଉଥିବା ଏକ ଯ୍ାତ୍ରୀବାହୀ ବସ ହରିଣ ସିଂଘ ଚୋରା ଚାଲାଣ କରାଯାଉଥିବାର ସୂଚନା ପାଇ ଆଇଆଇସି ଶ୍ରୀ ମିଶ୍ର ସଦଳବଳେ ଠେଲକୋଲୋଇ ବସଷ୍ଟାଣ୍ଡରେ ଯାତ୍ରୀବାହୀ ବସଗୁଡିକ ଖାନ ତଳାସୀ କରିଥିବା ବେଳେ ଏକ ବସରୁ ୧୧ଟି ହରିଣ ଶିଂଘ ଉଦ୍ଧାର ପରେ ଜବତ କରିଥିଲେ। ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ବିକାଶ ଜାମୁଡାଳିଆକୁ ଥାନାକୁ ନେଇ ଅଟକ ରଖି ରେଙ୍ଗାଲି ବନାଞ୍ଚଳ ଅଧିକାରୀ ହରିହର ପାତ୍ରଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇଁ ବନାଞ୍ଚଳ ଅଧିକାରୀ ଠେଲକୋଲୋଇ ଥାନାକୁ ପହଞ୍ଚିଲା ପରେ ଜବତ ହରିଣ ଶିଂଘ ଏବଂ ଅଭିଯୁକ୍ତ ବିକାଶ ଜାମୁଡାଳିଆକୁ ହସ୍ତାନ୍ତର କରଯାଇଥିଲା। ବନବିଭାଗ ପକ୍ଷରୁ ହରିଣ ଶିଂଘ ଜବତ କରି ଅଭିଯୁକ୍ତ ବିକାଶ ଜାମୁଡାଳିଆକୁ ଗିରଫ କରାଯାଇଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ ହୋଇଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ବିକାଶ ସୁନ୍ଦରଗଡ ଜିଲା କନିକାର ବାସିନ୍ଦା ବୋଲି ଜଣାପଡିଛି। ଦୁଲଦୁଲି ବାଜାର ନିସାନରେ ଲଗାଇବା ପାଇଁ ବିକାଶ ତାର ଶ୍ବଶୁର ଘର ସୋନପୁରରୁ ପୁରୁଣା ହରିଣ ଶିଂଘ ନେଇ ଆସୁଥିଲା ବୋଲି ଜଣାପଡିଛି।

kalyan agarbati

Comments are closed.