www.samajalive.in
Sunday, December 7, 2025
26.1 C
Bhubaneswar

କଲ୍ୟାଣସିଂହପୁରରେ ଚଇତରାଇ ପର୍ବ ଆରମ୍ଭ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଚଇତରାଇ ପର୍ବ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ ଗ୍ରାମଦେବୀ ମନ୍ଦିରରେ ସୋମବାର ରାତ୍ରି ୯ ଘଣ୍ଟାରେ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କ ପାଦ ବେହେରା ସାହିଠାରେ ଥିବା ପାଟଖଣ୍ଡା ମନ୍ଦିରକୁ ଆଣିଥା’ନ୍ତି । ମା’ଙ୍କ ପାଦ ଆଣିବା ବେଳେ ବାଦ୍ୟ, ଶଙ୍ଖ, ବାଣ, ହୁଳହୁଳି ବଜାଇ ପାଛୋଟି ଆଣିଥା’ନ୍ତି । ମାନସିକଧାରୀମାନେ ମା’ଙ୍କ ପାଦ ଆଣିବା ବେଳେ ରାସ୍ତାରେ ଲୁଗା ବିଛାଇ ଆଣିଥାନ୍ତି । ମଙ୍ଗଳବାର ଚଇତରାଇ ଘଟକୁ ପାଟହାଣ୍ଡି ଓ ଚାଙ୍ଗୁଡ଼ିକୁ ପୂଜକମାନେ ପ୍ରଥମେ ମନ୍ଦିର ପରିଚାଳକ ବା ପରିଛାଙ୍କ ଘରକୁ ନେଇ ସେହିଠାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଗାଁର ପ୍ରତ୍ୟେକ ସାହିର ଘରଘର ବୁଲି ପୂଜା ପାଇଥା’ନ୍ତି । ଆସନ୍ତାକାଲିଠାରୁ ସେହି ବ୍ଲକର ୧୪ ପଞ୍ଚାୟତର ସବୁ ଗାଁ ବୁଲି ପୂଜା ପାଇବେ । ଏହା ୯ ଦିନ ଧରି ଦିନ ତମାମ ଗାଁ ପରିକ୍ରମା କରିବା ପରେ ରାତିରେ ଅସ୍ଥାୟୀ ମଣ୍ଡପକୁ ବିଜେ କରି ଥାଆନ୍ତି।

ଏହି ପର୍ବ ପାଳନ କଲେ ଗ୍ରାମର ମଙ୍ଗଳ ତଥା ବନ୍ୟା ପରିସ୍ଥିତିରୁ ବଞ୍ଚିବା, ମରୁଡ଼ିରୁ ରକ୍ଷା ପାଇବା, ଗାଁକୁ ଘଣ୍ଟ ଘୋଡାଇ ରଖିବା ପାଇଁ ମା’ଙ୍କୁ ଭକ୍ତି ଭାବରେ ପୂଜାର୍ଚ୍ଚନା କରିଥାନ୍ତି । ନଅ ଦିନ ପରେ ମା’ଙ୍କୁ ଶୀତଳ ଭୋଗ ଦେଇ ଉଦଯାପନ କରାଯିବ । ଏହି ପର୍ବକୁ ଗ୍ରାମବାସୀ, ବୟୋଜ୍ୟେଷ୍ଠ, ବୁଦ୍ଧିଜୀବୀ, ସ୍ଥାନୀୟ ସରପଞ୍ଚ ଗୌତମ ବାର୍ଲି ଉପସ୍ଥିତ ରହି ପରିଚାଳନା କରିଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories