ହରଭଙ୍ଗାରେ ନୂତନ କାଳୀ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ହରଭଙ୍ଗା: ହରଭଙ୍ଗା ଗ୍ରାମର ଆରାଧ୍ୟ ଦେବୀ ମା ରୁଦ୍ରକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସୋମବାର ସ୍ଥାନୀୟ ମହାନଦୀରୁ ମହାପଟୁଆରରେ ଏକ କଳସ ଶୋଭାଯାତ୍ରା ଉତ୍ସବ ଆୟୋଜନ ହୋଇଥିଲା। ଏଥିରେ ଗ୍ରାମର ଶତାଧିକ ମହିଳା/ପୁରୁଷ ଏକତ୍ରୀତ ହୋଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସହ ନଦୀରୁ କଳସରେ ଜଳ ଧରି ଯଜ୍ଞମଣ୍ଡପରେ ପହଞ୍ଚିଥିଲେ। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ଦିନଧରି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପୂଜାର୍ଚ୍ଚନା ଚାଲିବ। ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ହରଭଙ୍ଗା ଗ୍ରାମ ଶଙ୍ଖ, ଧ୍ୱନୀ, ହରିବୋଲରେ ଉତ୍ସବମୁଖର ହୋଇଉଠିଛି। ମାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଗଣିତ ଭକ୍ତ ଆସି ସାମିଲ ହେଉଥିବା ଯୋଗୁଁ ଗାଁ ଦାଣ୍ଡ ଗହଳିଚହଳିରେ ଫାଟିପଡୁଛି। ଏଭଳି ମହତ୍ କାର୍ଯ୍ୟକ୍ରମ ପାଇଁ ଗାଁରେ ପ୍ରସାଦ ସେବନ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ମନୋରଞନ ପାଇଁ ମୀନାବଜାର,ଅପେରା ଭଳି ଆବଶ୍ୟକୀୟ ବ୍ୟବସ୍ଥା ଯୋଗୁଁ ସବୁ ଗାଁରୁ ଏଠାକୁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି।

kalyan agarbati

Comments are closed.