ଶ୍ରାଦ୍ଧୋତ୍ସବରେ ସାହିତ୍ୟିକ ସୂର୍ଯ୍ୟନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି
ବଡ଼ମ୍ବା: ସାହିତ୍ୟିକ ତଥା ବଡ଼ମ୍ବାର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ପଣ୍ଡିତ୍ ସୂର୍ଯ୍ୟନାରାୟଣ ମିଶ୍ରଙ୍କ ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼, ବାଙ୍କୀ, ନରସିଂହପୁର, ନୟାଗଡ଼ ମିଳିତ ସାହିତ୍ୟ ସାମୁଖ୍ୟ ଏବଂ ବଡ଼ମ୍ବା ବୈକୁଣ୍ଠ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କବି ସୂର୍ଯ୍ୟନାରାୟଣଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସହିତ ନିମନ୍ତ୍ରିତ ଅତିଥିମାନେ ତାଙ୍କ ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିଥିଲେ।
ବିକଚ ସାହିତ୍ୟ ସଂସଦର ସଭାପତି କବି ଦୁର୍ଯ୍ୟୋଧନ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପ୍ରାକ୍ତନ ମନ୍ତ୍ରୀ ତଥା ସ୍ତମ୍ଭକାର ପଞ୍ଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସାହିତ୍ୟିକର କାଳଜୟୀ ରଚନାରେ ସୃଷ୍ଟି ଆଉ ସ୍ରଷ୍ଟାଙ୍କ ଅମରତ୍ୱ ଅନୁଭବ କରିହୁଏ ବୋଲି ମୁଖ୍ୟଅତିଥି ଶ୍ରୀ କାନୁନଗୋ ଏହି ଅବସରରେ ମତପୋଷଣ କରିଥିଲେ। ଅନୁଷ୍ଠିତ ଉତ୍ସବରେ ନରସିଂହପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କୁଳମଣି ବାରିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଙ୍କୀ ମହୋତ୍ସବର ସମ୍ପାଦକ କୌ÷ଶିକ ନାୟକ, ଓସ୍ତା ଶିକ୍ଷକ ସଂଘର ପ୍ରାକ୍ତନ ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି (ନୟାଗଡ଼), ଇଂ.ବିରଞ୍ଚିନାରାୟଣ ମିଶ୍ର, ଡଃ.ଜୀବିତେଶ ରଥ, ଅଧ୍ୟାପକ ବିଜୟ କୁମାର ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଅବସରରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ ସହିତ କବି ସୂର୍ଯ୍ୟନାରାୟଣଙ୍କ ଉଦେଶ୍ୟରେ ପ୍ରକାଶିତ ସ୍ମରଣିକା ସ୍ମୃତି ନର୍ଝର ପୁସ୍ତକ ଅତିଥିଙ୍କ ଦ୍ୱାରା ଲୋକର୍ପିତ କରାଯାଇଥିଲା। ବାଙ୍କୀ ସମ୍ପର୍କ ଅନୁଷ୍ଠାନର ପ୍ରତିଷ୍ଠାତା ରବିନାରାୟଣ ମଙ୍ଗରାଜ, ନରସିଂପୁର ସାହିତ୍ୟ ସମାଜର ସଚ୍ଚିଦାନନ୍ଦ ଦାଶ, ଅଭୟାନନ୍ଦ ଦାଶ, ବାଙ୍କୀର ସାହିତ୍ୟ ସମାଜର ନରୋତ୍ତମ ବେହେରା, ପବନି ଜେନା, ଆଠଗଡ଼ରୁ ସାହିତ୍ୟିକା ଶିକ୍ଷାବିତ୍ ପୁଲିନ ମିଶ୍ର, ବଡ଼ମ୍ବା କଲେଜର ପୂର୍ବତନ ଅଧ୍ୟକ୍ଷ କୁମାରେଶ ରଥ, ଶିକ୍ଷକ ଧନେଶ୍ୱର ସ୍ୱାଇଁ, ଭରତ ନାରାୟଣ ସାହୁ, ସନାତନ ସ୍ୱାଇଁ, ମନମୋହନ ରାଉତ, ପ୍ରାଣଯୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଚନ୍ଦ୍ରଶେଖର ମହାନ୍ତି, ରାଜନୀତିଜ୍ଞ ବୁଦ୍ଧିନାଥ ମହାନ୍ତି, କାଳନ୍ଦିଚନ୍ଦ୍ର ମିଶ୍ର, ଅକ୍ଷୟ କୁମାର କରଣ, କାର୍ତ୍ତିକ ପୁହାଣ, ବଡ଼ମ୍ବା ଓକିଲ ସଂଘର ସଭାପତି ସନ୍ତୋଷ କୁମାର ବେହେରା, ସମ୍ପାଦକ ଶୈଳେନ୍ଦୁ ଭୂଷଣ ମଲ୍ଲିକ, ପୂର୍ବତନ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷାବିତ ସୁନ୍ଦର ନାରାୟଣ ମିଶ୍ର, ଅଧ୍ୟାପକ ଖଗେଶ୍ୱର ମହାପାତ୍ର, ବିପିନବିହାରୀ ମହାନ୍ତି, ସାମ୍ବାଦିକ ବିରଜା ଚରଣ ପଟ୍ଟନାୟକ, ନବକିଶୋର ପଣ୍ଡା, ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ସାହିତ୍ୟିକ ସ୍ୱର୍ଗତ ସୂର୍ଯ୍ୟନାରାୟଣ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଶିକ୍ଷକ ସରୋଜକାନ୍ତ ବଳିଆରସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଶାରଦାନନ୍ଦ ଦାଶ ସଭା ସଂଯୋଜନା କରିଥିଲେ। ଶେଷରେ କବିପୁତ୍ର ଗିରିଜାପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.