କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ଓ ସାମ୍ବିଧାନିକ ମାନ୍ୟତା ପାଇଁ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ : ପଶ୍ଚିମ ଓଡ଼ିଶାରେ ସମଗ୍ର କୋଶଳାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଦାବି ଉଠୁଥିବାବେଳେ କୋଶଲୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଅପ୍ରେଲ ୧ ତାରିଖରେ ଓଡ଼ିଶା ଦିବସ ପାଳନ ସାରା ରାଜ୍ୟରେ ଧୁମଧାମରେ ଚାଲିଥିବାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରାଯାଇ ଏହାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବୌଦ୍ଧରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋସଲ ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତୁରନ୍ତ କୋଶଲାଞ୍ଚଳବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବିକୁ ବିଚାର ନକଲେ ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଏକାଡେମୀ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ଦୁଃଖୀଶ୍ୟାମ ବେହେରା,ସୁଶାନ୍ତ ପ୍ରସାଦ ମିଶ୍ର,ପ୍ରତାପ କୁମାର ସାହୁ,ପ୍ରଦୋଷ କୁମାର ମିଶ୍ର,ସିଦ୍ଧେଶ୍ୱର ଯୋଷୀ, ସୂର୍ଯ୍ୟେନ୍ଦ୍ର ଶତପଥୀ ଓ ସଂଜୟ ଶଙ୍କର ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ।

 

kalyan agarbati

Comments are closed.