କୁଅ ଖୋଲୁଥିବା ବେଳେ ବିସ୍ଫୋରଣ, ଶ୍ରମିକ ମୁତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ କୂଅ ଖୋଳୁଥିବାବେଳେ ଜଣେ ଶ୍ରମିକର ବିସ୍ଫୋରଣ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ରତନପୁର ଗ୍ରାମର ଜୈନିକ ବ୍ୟକ୍ତିଙ୍କ କୁଅ ଖୋଳିବା ପାଇଁ କିଛି ଶ୍ରମିକ ଆସିଥିଲେ। ପଥର ଭାଙ୍ଗିବାପାଇଁ କୁଅ ଭିତରେ କିଛି ବିସ୍ଫୋରୋକ ସାମଗ୍ରୀ ଲଗାଇଥିଲେ। କିନ୍ତୁ କାମ କରୁଥିବାବେଳେ କୂଅ ଭିତରେ ଲଗାଇଯାଇଥିବା ବିସ୍ଫୋରୋକ ସାମଗ୍ରୀ ଫୁଟି ଯାଇଥିଲା। ଏହାଫଳରେ ହରଭଙ୍ଗା ଥାନାର ଖରଭୂଇଁ ଗ୍ରାମର ସୁରେନ୍ଦ୍ର ବଗର୍ତ୍ତି (୩୦)ଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ବିସ୍ଫୋରୋକ ସାମଗ୍ରୀ ଫୁଟିବା ପରେ ଗାଡି ମାଲିକ ଓ ଅନ୍ୟ ଶ୍ରମିକମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।

kalyan agarbati

Comments are closed.