ପିପିଲିରେ ଏସ୍‍ବିଆଇ ଆର୍‍ଏସିସି ଶାଖା ଉଦ୍‍ଘାଟିତ, ଗ୍ରାହକ ସେବାକୁ ଦିଆଯିବ ଅଧିକ ଗୁରତ୍ୱ

ପିପିଲି:ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ(ଏସବିଆଇ)ର ରିଟେଲ ଆସେଟ କ୍ରେଡିଟ ସେଣ୍ଟର (ଆର୍‍ଏସିସି) ଶାଖା ପିପିଲିରେ ଉଦ୍‍ଘାଟିତ ହୋଇଯାଇଛି। ଏସ୍‍ବିଆଇର ଓଡିଶାର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ) ବିଦ୍ୟା କ୍ରିଷ୍ଣନ ଏହାକୁ ଉଦଘାଟନ କରିବା ଅବସରରେ ଗ୍ରାହକ ସେବାକୁ ବ୍ୟାଙ୍କ ସର୍ବଦା ଅଧିକ ଗୁରତ୍ୱ ଦେବାସହ ଦେଶର ବିକାଶରେ ସହଯୋଗୀ ହୋଇଥିବା ପ୍ରକାଶ କରିଥିଲେ। ଏହି ଶାଖାର ଉଦ୍‍ଘାଟନ ଦ୍ୱାରା ପୁରୀ ଜିଲାର ୩୧ଗୋଟି ଶାଖାରେ ବ୍ୟାଙ୍କର ଋଣ ପ୍ରଦାନ ଅଧିକ ସହଜ ଓ ସରଳ ହୋଇପାରିବ ବୋଲି ବିଦ୍ୟା କ୍ରିଷ୍ଣନ ପ୍ରକାଶ କରିଥିଲେ। ଏହାପୂର୍ବରୁ ବ୍ୟାଙ୍କର ଋଣ ଆବେଦନପତ୍ର ଗୁଡିକ ମଞ୍ଜୁର ନିମନ୍ତେ ପୁରୀ ଯାଉଥିବା ଯୋଗୁଁ ଋଣ ମିଳିବାରେ ବିଳମ୍ବ ହେଉଥିଲା। ଏହି ଶାଖା ସ୍ଥାପନ ହେବା ଦ୍ୱାରା ସେ ପ୍ରକାର ସମସ୍ୟା ଦୂର ହେବା ସହି ଅବିଳମ୍ବେ ଋଣ ପ୍ରଦାନ କରାଯିବ ବୋଲି ଶାଖା ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ମହାପ୍ରବନ୍ଧକ ଅଭୟ କୁମାର ପାଣ୍ଡେ, ଉପମହାପ୍ରବନ୍ଧକ ଆନନ୍ଦ ବିକ୍ରମ, କ୍ଷେତ୍ରୀୟ ପ୍ରବନ୍ଧକ ଶଙ୍କର୍ଷଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆର୍‍ଏସିସି ଶାଖାର ମୁଖ୍ୟ ପରିଚାଳକ ଦିବାକର ନନ୍ଦୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

kalyan agarbati

Comments are closed.