ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଓ ଧନୁତୀରରେ ଆକ୍ରମଣ , ଜଣେ ଗୁରୁତର 

ଠାକୁରମୁଣ୍ଡା:  ପୂର୍ବ ଶତ୍ରୁତାରୁ ଜଣେ ଵ୍ୟକ୍ତିଙ୍କୁ ଟାଙ୍ଗିଆରେ ଅକ୍ରମଣ ଫଳରେ ସେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇ ଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କାଠିଆ ମଢେଇ (୭୦) ନିଜ ଜମିରେ ଥିବା ମହୁଲଗଛ ମୁଳରୁ ସକାଳ ସମୟରେ ମହୁଲଫୁଲ ଗୋଟ।ଉ ଥିବା କୋଲନୀ ସାହି ଗ୍ରାମରେ ଘର ଜୋଇଁଆ ଥିବା ଗ୍ରାମର ଅଇବନ ଦାସ ଏକ ଟାଙ୍ଗିଆରେ ଚୋଟ ମାରିବା ସହ ତୀର ମାରିଛି। ଏନେଇ ମହୁଲଡିହା ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ପରିବାର ଲୋକ କାଠିଆକୁ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କାଠିଆ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର ହୋଇ ଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ମହୁଲଡିହା ପୁଲିସ ପହଞ୍ଚି ତଦନ୍ତ କରୁଛି ।

kalyan agarbati

Comments are closed.