www.samajalive.in
Saturday, December 6, 2025
26.1 C
Bhubaneswar

ବିଲକୁ ଯାଉଥିଲେ ଦମ୍ପତି ; ଆକ୍ରମଣ କଲା ଭାଲୁ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତ କାଶୀବେଡା ଗ୍ରାମରେ ଶୁକ୍ରବାର ସକାଳେ ଏକ ଭାଲୁ ଆକ୍ରମଣରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଘଟଣାସ୍ଥଳରୁ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାପରେ ଆକ୍ରମଣରେ ଗୁରୁତର ଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଘଷିପୁରାକୁ ଡାକ୍ତର ସ୍ଥାନାନ୍ତର କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗ୍ରାମର ହିନ୍ଦୁରାମ ଗୁନଦୁଆ ( ୬୦) ଓ ତାଙ୍କ ସ୍ତ୍ରୀ ଚୁଙ୍ଗା ସକାଳ ପ୍ରାୟ ୬ ଟା ସମୟରେ ନିଜ ଧାନ ବିଲ ଆଡକୁ ଯାଉଥିବା ବେଳେ ବିଲ ନିକଟ ଜଙ୍ଗଲ ରୁ ଏକ ଭାଲୁ ଆସି ସ୍ତ୍ରୀ ଚୁଙ୍ଗାକୁ ଆକ୍ରମଣ କରିଥିଲା। ସ୍ତ୍ରୀକୁ ଭାଲୁ କବଳରୁ ରକ୍ଷା କରିବା ପାଇଁ ସ୍ୱାମୀ ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା। ସ୍ୱାମୀ ଓ ସ୍ତ୍ରୀଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଆସିଯିବାରୁ ଭାଲୁ ସେଠାରୁ ପଳାଇ ଯାଇଥିଲା। ଭାଲୁ ଆକ୍ରମଣରେ ହିନ୍ଦୁରାମଙ୍କ ମୁଣ୍ଡ ଓ ସ୍ତ୍ରୀଙ୍କ ପିଠି ରେ ଗଭୀର କ୍ଷତ ହୋଇଥିବାର ଜଣାପଡିଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories