ଠାକୁରମୁଣ୍ଡା: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇ କରଞ୍ଜିଆ, ଠାକୁରମୁଣ୍ଡା, ଜଶିପୁର, ସୁକୃଳି, ରରୁଆଁ ବ୍ଲକର ଡ୍ରାଇଭର ସଂଘ ସକାଳୁ ସକାଳୁ ବିଭିନ୍ନ ଜାଗାରେ ଶାନ୍ତି ଶୃଙ୍ଖଳାର ସହିତ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଠାକୁରମୁଣ୍ଡାର ଜୁଆଳିକଟା ଛକ, ଚମ୍ପାଝର ଓ ମହୁଲଡିହା ଚିଆଁବେଡା ତିନୋଟି ସ୍ଥାନରେ ପିକେଟିଂ ଆରମ୍ଭ କରିଛନ୍ତି। ସେହିପରି କରଞ୍ଜିଆର କୁରୁଳିଆ, କାଦଡିହା, କେରକେରା ଆଦି ସ୍ଥାନରେ ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ଟି ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ। ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି। ଏହି ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯାଇଛି ।
Popular Categories



