www.samajalive.in
Saturday, December 6, 2025
19.1 C
Bhubaneswar

ମୋଟର ଚାଳକଙ୍କ ଆନ୍ଦୋଳନ, ଚକଅଖ ବନ୍ଦ

ଟିଟିଲାଗଡ଼: ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟ ନେତୃବୃନ୍ଦଙ୍କ ଆହ୍ୱାନରେ ଟିଟିଲାଗଡ଼ ଡ୍ରାଇଭର ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ଡ୍ରାଇଭରମାନେ ସହରର ଟିଟିଲାଗଡ଼ ବେଲଗାଁ ଜାତୀୟ ରାଜପଥ, ଟିଟିଲାଗଡ଼ କେସିଙ୍ଗା, ଟିଟିଲାଗଡ଼ ବଲାଙ୍ଗୀର ଏବଂ ଟିଟିଲାଗଡ଼ କଣ୍ଟାବାଞ୍ଜି ଖରିଆର ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପିକେଟିଂ କରିଛନ୍ତି। ଫଳରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ରହିଛି। କାଁଭାଁ କେଵଳ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସ ଆଦି ଜରୁରୀ ଗାଡ଼ି ରାସ୍ତାରେ ଦୃଶ୍ୟମାନ ହେଉଛି। ନ୍ୟାୟୋଚିତ ଦାବିଗୁଡିକ ସରକାର ତୁରନ୍ତ ପୂରଣ କରିବାକୁ ସଂଘର ଟିଟିଲାଗଡ଼ ଶାଖା ସଭାପତି ସହଦେବ ସାହୁ କହିଛନ୍ତି। ସଂଘର ଉପସଭାପତି ନାକ ସାହୁ, ସମ୍ପାଦକ ହୃଷିକେଶ କଟା, ଯୁଗ୍ମ ସମ୍ପାଦକ ଅନୁପ ସାହୁ, କୋଷାଧ୍ୟକ୍ଷ ଠାକୁର ଛୁରା, ସଂଯୋଜକ ଡକ୍ଟର ଭୋଇ ପ୍ରମୁଖ ବହୁ ସଂଖ୍ୟାରେ ଡ୍ରାଇଭର ନିଜ ଯାନବାହାନ ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories