୧୦୫ ପୌର ପରିଷଦରୁ ୭୩ ରେ ବିଜେଡିର ବିଜୟ ଜାଣନ୍ତୁ ଆଉ କେଉଁ ଦଳ ପାଇଲେ କେତେ
ଭୁବନେଶ୍ୱର – ସାରା ରାଜ୍ୟର ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳା ଆସି ସାରିଛି । ତିନୋଟି ମେୟର ପଦବୀ ବିଜେଡି ଦଳ ପାଖକୁ ଯାଇଥିବା ବେଳେ ୧୦୫ଟି ପୌର ପରିଷଦରୁ ୭୩ରେ ବିଜେଡି ୧୬ଟିରେ ବିଜେପି ୭ଟିରେ କଂଗ୍ରେସ ଏବଂ ୯ଟିରେ ସ୍ୱାଧୀନ ସହ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଶାସକ ବିଜେଡି ପଞ୍ଚାୟତ ପରେ ପୌର ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କକିଛି ।
ବ୍ରହ୍ମପୁର ଏବଂ ଗଞ୍ଜାମ
ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି । ବିଜେଡିର ସଂଘମିତ୍ରା ଦଳାଇ ବିଜେପିର ପ୍ରାର୍ଥିନୀ ସବିତା ସୁଆରଙ୍କ ଠାରୁ ୨୦୨୮୬ ଖଣ୍ଡ ଭୋଟ ଅଧିକ ପାଇଛନ୍ତି ।
ବିଜେଡି ପ୍ରାର୍ଥିନୀ ସଂଘମି ତ୍ରା ଦଳାଇଙ୍କୁ ୬୬,୦୬୮ ଖଣ୍ଡ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥିନୀ ସବିତା ସୁଆରଙ୍କୁ ୪୫,୭୮୨ ଖଣ୍ଡ ଭୋଟ୍ ମିଳିଛି । ହେଲେ କଂଗ୍ରେସ ପ୍ରାର୍ଥିନୀଙ୍କ ଠାରୁ ଆମ୍ ଆଦମୀର ପ୍ରାର୍ଥିନୀ ଆଗରେ ଅଛନ୍ତି । ଆମ୍ ଆଦମୀ ପ୍ରାର୍ଥିନୀ ସି ପ୍ରିୟଙ୍କାଙ୍କୁ ୭୪୫୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମଞ୍ଜୁରଥଙ୍କୁ ୬୭୬୮ ଖଣ୍ଡ ଭୋଟ୍ ମିଳିଛି ।
ବ୍ରହ୍ମପୁର ମହାନଗର ନିଗମ ରେ ବିଜେଡି ୩୦ ଓ୍ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି- ୭ଟିରେ, , ସ୍ୱାଧୀନ ପ୍ରାର୍ଥୀ ୫ଟିରେ ଏବଂ କଂଗ୍ରେସ ଗୋଟିକରେ ବିଜୟ ଲାଭ କରିଛି ।
ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦର ସ୍ୱାଧୀନପାର୍ଥୀ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ହୋଇଛନ୍ତି। ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ହେଲେ ବିଜେପିର ମାନସୀ ସ୍ୱାଇଁ।
ବିଜେଡିର ସଂଘମିତ୍ରା ଦଳେଇ ୨୦ହଜାର ୨୩୬ ଭୋଟରେ ବିଜୟୀ ହୋଇ ବ୍ରହ୍ମପୁର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି।
ସେହିପରି ପାରଳାଖେମୁଣ୍ଡି ପୌର ପାଳିକାର ଅଧ୍ୟକ୍ଷା ଭାବେ ବିଜେଡିର ନିର୍ମଳା ସେଠି ନିର୍ବାଚିତ ହୋଇଛନ୍ତି।
ଗଜପତି
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧୬ଟି ୱାର୍ଡ ମଧ୍ୟରୁ ୧୪ଟିରେ ବିଜେଡି ଓ ୨ଟି ରେ ବିଜେପି ଦଳର ପ୍ରାଥିୀମାନେ ନିର୍ବାଚିତ ହୋଇଛନ୍ତି।
ବାସୁଦେବପୁର
ବାସୁଦେବପୁର ପୌରପାଳିକାର ଅଧ୍ୟକ୍ଷା ହେଲେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ।
ବିଜେଡିର ଶାନ୍ତିଲତା ସେଠୀ ଚାନ୍ଦବାଲି ଏନ ଏସି ର ପ୍ରଥମ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି।
ବାଙ୍କୀ ପୌର ପରିଷଦ
ବାଙ୍କୀ : ଶନିବାର ଦିନ ସକାଳ ୮ଘଟିକା ସମୟରେ ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଙ୍କୀ ଏନ.ଏ.ସି ପୌର ନିର୍ବାଚନର ଭୋଟ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଣତି ପ୍ରକ୍ରୀୟା କରାଯାଇଥିଲା। ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଉପସ୍ଥିତ ରହି ଶୃଙ୍ଖଳିତ ଗଣତି ପ୍ରକ୍ରୀୟାକୁ ଅନୁଧ୍ୟାନ କରିଥିଲେ। ନିର୍ବାଚନର ଘୋଷିତ ଫଳାଫଳ ଅନୁଯାୟୀ ପୌରାଧ୍ୟକ୍ଷା ପ୍ରାର୍ଥିନୀ ବିଜୁ ଜନତା ଦଳର ମାଣିକ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜାତୀୟ କଂଗ୍ରେସ ଦଳର ସୁଷମା ମହାପାତ୍ରଙ୍କ ଠାରୁ ୬୮୯ଖଣ୍ଡ ଭୋଟରେ ଆଗୁଆ ରହି ବାଙ୍କୀ ଏନ.ଏ.ସିର ଅଧ୍ୟକ୍ଷା ପଦବୀ ଦଖଲ କରିଛନ୍ତି।
ସୂଚନା ଅନୁଯାୟୀ ବିଜୁ ଜନତା ଦଳ ପ୍ରାର୍ଥିନୀ ମାଣିକ ସାହୁ ୫ହଜାର ୩୩୯ଖଣ୍ଡ ଭୋଇ ପାଇଥିଲା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ସୁଷମା ମହାପାତ୍ର୪ହଜାର ୬୫୦ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ବିଜେପି ଦଳର ପ୍ରାର୍ଥିନୀ ମନୋରମା ସାମନ୍ତରାୟ ୮୬୬ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥିନୀ ସୁଭଦ୍ରା ଦଳେଇ ୬୧ଖଣ୍ଡ ଭୋଟ ପାଇଛନ୍ତି। ୧୭ଗୋଟି ପାରିଷଦ ପଦବୀ ପାଇଁ ବିଜୁ ଜନତା ଦଳର ୧୭ଜଣ,କଂଗ୍ରେସ ଦଳର ୧୭ଜଣ ଏବଂ ବିଜେପିରୁ ୧୨ଜଣ କରି ମୋଟ ୪୬ଜଣ ପ୍ରତିଦ୍ୱନ୍ଦୀ ନିର୍ବାଚନ ଲଢିଥିଲେ। ଆଜି ଫଳାଫଳ ଘୋଷଣା ଅନୁଯାୟୀ ୧ନଂ ୱାର୍ଡ଼ରୁ ପାରିଷଦ ପ୍ରାର୍ଥି ଭାବରେ କଂଗ୍ରେସ ଦଳର ସବିତା ନନ୍ଦ ୩୦୯ଖଣ୍ଡ ଭୋଟ ପାଇ ବିଜୟଲାଭ କରିଛନ୍ତି। ସେହିପରି ୱାର୍ଡ଼ ନଂ ୫ରୁ କଂଗ୍ରେସ ପ୍ରାର୍ଥି ଶାନ୍ତିଲତା ବେହେରା(୪୧୫),୬ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ନିରୁପମା ବେହେରା(୨୨୪),୭ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ମନୋରମା ବେହେରା(୩୩୯),୧୩ନଂ ୱାର୍ଡ଼ରୁ କଂଗ୍ରେସ ପ୍ରାର୍ଥି ପ୍ରଭାତି ମଙ୍ଗୁଆଳ(୩୯୨) ଏବଂ ୧୭ନଂ ୱାର୍ଡ଼ରୁ କଂଗ୍ରେସ ଦଳରୁ ବବିତା ମନ୍ତ୍ରୀ(୩୯୧) ପାରିଷଦ ଭାବରେ ବିଜୟଲାଭ କରିଛନ୍ତି।
ସେହିପରି ବିଜେଡି ଦଳର ୨ନଂ ୱାର୍ଡ଼ରୁ ପ୍ରତିମା ରାଉତ(୨୮୪),୩ନଂ ୱାର୍ଡ଼ରୁ ଅଶାନ୍ତି ରାଉତ(୫୧୭),୪ନଂ ୱାର୍ଡ଼ରୁ ସନାତନ ବେହେରା(୩୬୬),୮ନଂ ୱାର୍ଡ଼ରୁ ପଠାଣି ବେହେରା(୨୩୧),୯ନଂ ୱାର୍ଡ଼ରୁ ସଞ୍ଜୟ ପୃଷ୍ଟି(୪୪୨),୧୦ନଂ ୱାର୍ଡ଼ରୁ ରାଜେନ୍ଦ୍ର ମହାପାତ୍ର(୫୪୯),୧୧ନଂ ୱାର୍ଡ଼ରୁ ସନ୍ତୋଷ କୁମାର ରଣା(୪୭୫),୧୨ନଂ ୱାର୍ଡ଼ରୁ ଜାମିନୀକାନ୍ତ ମହାପାତ୍ର(୫୧୧),୧୪ନଂ ୱାର୍ଡ଼ରୁ ଚନ୍ଦନ ଗଣ୍ଠିଆ(୪୦୮),୧୫ନଂ ୱାର୍ଡ଼ରୁ ବିଳାସ ବେହେରା(୩୪୩),୧୬ନଂ ୱାର୍ଡ଼ରୁ ବିକଳି ଗୋଚ୍ଛି(୨୬୪) ବିଜେଡି ଦଳର ପ୍ରାର୍ଥି ଭାବରେ ବିଭିନ୍ନ ୱାର୍ଡ଼ରୁ ନିର୍ବାଚନରେ ପାରିଷଦ ଭାବରେ ନିର୍ବାଚିତ ହୋଇଛନ୍ତି। ସୂଚନା ଅନୁଯାୟୀ ୧୭ଗୋଟି ୱାର୍ଡ଼ ମଧ୍ୟରୁ କଂଗ୍ରେସ ହାତରେ ୬ପାରିଷଦ ଦଖଲ ମିଳିଥିଲା ବେଳେ ୧୧ଟି ୱାର୍ଡ଼ରେ ବିଜେଡି ପାରିଷଦ ପଦବୀ ଦଖଲ କରିଛି। ବିଜେଡି ଦଳର ପୌରାଧ୍ୟକ୍ଷ ଭାବରେ ମାଣିକ ସାହୁଙ୍କ ବିଜୟ ବାଙ୍କୀ ଏନ.ଏ.ସିର ବିଜେଡିର ଦଖଲରେ ବିଜୟ ହୋଇଥିବା ସ୍ପଷ୍ଟ ହୋଇଛି।
କଣ୍ଟାବାଞ୍ଜି ପୌର ପରିଷଦ
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନ. ଏ. ସି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବରିୟାମ ସିଂ ସାଲୁଜା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ବିନୟ ଭୂଷଣ ବିଭାରଙ୍କୁ ୭୯୮ଭୋଟ ବ୍ୟବଧାନରେ ପରାସ୍ତ କରି ବାଜିମାରି ବିଜୟୀ ଘୋଷିତ ହୋଇଛନ୍ତି। କଂଗ୍ରେସ ସମର୍ଥକମାନେ ବିଜୟ ଦିବସ ମନାଇବା ସହ ଫଗୁ, ଆତସବାଜୀରେ ସାରା ସହର କମ୍ପୁ ଥିବା ବେଳେ ବିଜୟୀ କାଉନସିଲର ମାନେ ସମର୍ଥକ ସହ ବିଜୟ ଶୋଭାଯାତ୍ରା ସାହି ବସ୍ତି ବୁଲୁ ଥିବା ଦେଖାଯାଇଥିଲା । ସାଲୁଜାଙ୍କୁ ୫୪୫୦ଭୋଟ ମିଳିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ବିଭାରଙ୍କୁ ମିଳିଛି ୪୬୫୨ଭୋଟ, ବିଜେପି ପ୍ରାର୍ଥୀ ବେଦବ୍ୟାସ ନାଗଙ୍କୁ ମିଳିଛି,୨୧୫୧ଭୋଟ ।
ସେହିଭଳି ଏନ. ଏ. ସି ର ୧୬ଟି ୱାର୍ଡ଼ ରେ କଂଗ୍ରେସ ଦଳ ର ୧୦ଟି କାଉନ ସିଲର ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ି ର ୫ଜଣ ଓ ବିଜେପି ର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇ ଛନ୍ତି । ୱାର୍ଡ଼ ଅନୁଯାୟୀ ବିଜୟୀ ପ୍ରମୁଖ ପ୍ରାର୍ଥୀ ମାନେ ହେଲେ ନଂ ୧ୱାର୍ଡ଼ ମହମ୍ମଦ ଇମରାନ ଖାନ (ବିଜେଡ଼ି),ୱାର୍ଡ଼ ନଂ୨ଅଶୋକ ବଂଶଳ (କଂଗ୍ରେସ ), ୱାର୍ଡ଼ ନଂ ୩ମନୀଷ ଅଗ୍ରୱାଲ (ବିଜେଡ଼ି), ୱାର୍ଡ଼ ନଂ ୪ସୁଧା ଅଗ୍ରୱାଲ (କଂଗ୍ରେସ )ୱାର୍ଡ଼ ନଂ ୫ଯାଜ୍ଞସାନୀ ବାଗ (ବିଜେଡ଼ି ), ୱାର୍ଡ଼ ନଂ ୬ନୀଳକଣ୍ଠ ଶତ ପଥି (ବିଜେପି ), ୱାର୍ଡ଼ ନଂ ୭ପିଙ୍କି ମହାନନ୍ଦ (ବିଜେଡ଼ି )ୱାର୍ଡ଼ ନଂ ୮ଗୌତମ ବେହେରା (କଂଗ୍ରେସ ), ୱାର୍ଡ଼ ନଂ ୯ଲଳିତ କୁମାର ଅଗ୍ରୱାଲ (କଂଗ୍ରେସ ), ୱାର୍ଡ଼ ନଂ ୧୦ଶାନ୍ତି ଦୀକ୍ଷିତ (କଂଗ୍ରେସ ), ୱାର୍ଡ଼ ନଂ ୧୧ସୂର୍ୟ୍ୟ ପ୍ରତାପ ମିଶ୍ର (ବିଜେଡ଼ି),ୱାର୍ଡ଼ ନଂ ୧୨ହେମାନୀ ଜଗତ (କଂଗ୍ରେସ ), ୱାର୍ଡ଼ ନଂ ୧୩ମନୋରମା ରାଉତ (କଂଗ୍ରେସ ), ୱାର୍ଡ ନଂ ୧୪ଗୁପ୍ତେଶ୍ୱର ତରିଆ (କଂଗ୍ରେସ ), ୱାର୍ଡ଼ ନଂ ୧୫ସୁନିତା ବୁଡ଼େକ (କଂଗ୍ରେସ ), ୱାର୍ଡ଼ ନଂ ୧୬ବେଦକାନ୍ତି ପନିକା (କଂଗ୍ରେସ )ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ଙ୍କ ସୂତ୍ର ରୁ ଜଣାପଡିଛି । ଅଧକ୍ଷ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ରେ କଂଗ୍ରେସ ଓ ବିଜେଡ଼ି ମଧ୍ୟ୍ୟ ରେ କଡା ଟକ୍କର ଦେଖି ଵାକୁ ମିଳି ଥିଲା ।
ମାଲକାନଗିରି
ମାଲକାନଗିରି : ବହୁ ଚର୍ଚିତ ମାଲକାନଗିରି ପୌର ପରିଷଦ ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳର କଳ୍ପନା ଜଳ୍ପନାର ଅନ୍ତ ଘଟିଛିା ମାଲକାନଗିରି ପୌର ପରିଷଦରେ ବିଜେଡି ବିଜୟ ଲାଭ କରିଥିଲା ବେଳେ ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ବିଜେପି ବିଜୟ ଲାଭ କରିଛନ୍ତିା ଚଳିତ ପଂଚାୟତ ନିର୍ବାଚନ ପରେ ପରେ ପୌର ପରିଷଦ ନିର୍ବାଚନ ନିମନ୍ତେ ବିଗୁଲ ବାଜିଥିଲ।। ଗତ ୨୪ ତାରିଖ ଦିନ ମତଦାନ ହୋଇଥିବା ବେଳେ ଆଜି ଫଳାଫଳ ଘୋଷଣା ହୋଇଛିା ବିଶେଷ କରି ମାଲକାନଗିରି ପୌର ପରିଷଦରେ ସମୁଦାୟ ୧୯ ଗୋଟି ୱାର୍ଡରେ ମତଦାନ ହୋଇଛିା ସେଥିମଧ୍ୟରୁ ବାର୍ଡ ନଂ. ୧. ୨, ୩, ୫, ୬, ୯, ୧୧, ୧୨, ୧୩, ୧୪, ୧୫, ୧୭, ୧୯ ଏହି ୧୪ଗୋଟି ୱାର୍ଡରେ ବିଜେଡି କାଉନସିଲର ବିଜୟ ଲାଭ କରିଥିବା ବେଳେ ବାର୍ଡ ନଂ. ୪, ୭, ୮, ୧୦, ୧୮ ଏହି ପାଂଚଗୋଟି ୱାର୍ଡରେ କଂଗ୍ରେସ ଦଳ ତରଫରୁ କାଉନସିଲର ପଦବୀ ବିଜୟ ଲାଭ କରିଛନ୍ତି ଏବଂ ବିଜେପି ଗୋଟିଏ ମଧ୍ୟ କାଉନସିଲର ପଦବୀ ହାସଲ କରି ପାରିନାହାନ୍ତି ।
ତେବେ ଅଧ୍ୟକ୍ଷ ପଦବୀ ନିମନ୍ତେ ଆଠଜଣ ପ୍ରତିଦ୍ୱନ୍ଦି କରିଥିବା ବେଳେ ସେଥିମଧ୍ୟରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଜୋରସୋର ପ୍ରତିଦ୍ୱନ୍ଦିତା ହୋଇଥିଲ।। ତେବେ ମାଲକାନଗିରି ପୌର ପରିଷଦର ୧୯ଗୋଟି ୱାର୍ଡରୁ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ମନୋଜ କୁମାର ବାରିକ ୭୮୪୭ ଭୋଟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଜି ଶ୍ରୀନିବାସ ରାଓଙ୍କୁ ୬୨୧୧ ଭୋଟ ମିଳିଥିଲ।। ସେହିପରି ବିଜେପିର ପ୍ରାର୍ଥୀ ସାମଲ ସୁନାନିଙ୍କୁ ୧୭୫୧ଟି ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ମନୋଜ କୁମାର ବାରିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ଜି. ଶ୍ରୀନିବାସ ରାଓଙ୍କ ଠାରୁ ୧୨୭୬ ଭୋଟରେ ଆଗୁଆ ରହି ବିଜୟଲାଭ କରିଛନ୍ତିା
ସେହିପରି ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ମୋଟ ୧୨ଟି ୱାର୍ଡ ଥିବା ବେଳେ ଅଧ୍ୟକ୍ଷ ପଦବୀ ପାଇଁ ୭ ଜଣ ପ୍ରତିଦ୍ୱନ୍ଦି କରିଥିଲୋ ତେବେ ଏହି ସାତଜଣଙ୍କ ମଧ୍ୟରୁ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ ପ୍ରତିଦ୍ୱନ୍ଦିତା ଜୋର ଧରିଥିବା ବେଳେ ବିଜେପିର ପ୍ରଦୀପ କୁମାର ନାୟକ ୨୭୮୧ ଭୋଟ ହାସଲ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସଂଜୀବ ଦୋରା ଜି. ୨୩୯୩ ଭୋଟ ହାସଲ କରିଥିଲେ ସେହିପରି କଂଗ୍ରେସର କପିଳା ପ୍ରଧାନଙ୍କୁ ୭୭୭ ଭୋଟ ମିଳିଥିଲ।। ତେବେ ବିଜେପିର ପ୍ରଦୀପ କୁମାର ନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସଂଜୀବ ଦୋରା ଜି. ଙ୍କ ଠାରୁ ୩୮୮ ଭୋଟରେ ଆଗୁଆ ରହି ବିଜୟ ଲାଭ କରିଛନ୍ତିା ଏଥିପୂର୍ବରୁ ମାଲକାନଗିରି ଜିଲ୍ଲାରେ ପଂଚାୟତ ନିର୍ବାଚନରେ ସାତଟି ବ୍ଲକରେ ବ୍ଲକ ଅଧ୍ୟ କ୍ଷ ପଦବୀ ବିଜେଡି ହାସଲ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାସଲ କରିଛିା
କଳାହାଣ୍ଡି ଜିଲ୍ଲା
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପୌର ନିର୍ବାଚନର ନଗରପାଳ ଓ ନଗରପାଳିକା ଫଳାଫଳ ଆସିଛି । ଏହି ନିର୍ବାଚନରେ ଉଭୟ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଛି । କାରଣ କଳାହାଣ୍ଡି ଜିଲ୍ଲାର ଦୁଇଟି ଲେଖାଏ ଆସନ ହାତେଇଛନ୍ତି ଉଭୟ ବିଜେଡି ଓ ବିଜେପି । ଭବାନୀପାଟଣା ପୌରପରିଷଦରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ ହୋଇଥିବା ବେଳେ ତାଙ୍କୁ ମିଳିଛି ୧୪, ୧୩୫ ଖଣ୍ଡ ଭୋଟ୍ । ସେହିପରି ବିଜେପିର ବୀନିତା ଦାସଙ୍କ ୧୩,୨୮୮ ଖଣ୍ଡ ଭୋଟ୍ ମିଳିଛି । କେସିଙ୍ଗା ଏନଏସିକୁ ମଧ୍ୟ ହାତେଇଛି ବିଜେଡି । ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ୫୧୦୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ରାମକୁମାର ଜୈନଙ୍କୁ ମିଳିଛି ୪୧୯୧ ଖଣ୍ଡ ଭୋଟ୍ । ଅନ୍ୟପଟେ ଜୁନାଗଡ଼ ଓ ଧର୍ମଗଡ଼ ଏନ ଏ ସି ହତେଇଛି ବିଜେପି । ଜୁନାଗଡରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରବାଲ ୫୮୮୯ ଖଣ୍ଡ ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି । ଜୁନାଗଡ଼ରେ ବିଜେଡି ପ୍ରାର୍ଥୀ ମହେଶ କୁମାର ସାହୁ ୪,୭୧୫ ଖଣ୍ଡ ଭୋଟ୍ ପାଇଛନ୍ତି । ଧର୍ମଗଡ଼ରେ ମଧ୍ୟ ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ୫,୮୯୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡିର ରାଜେନ୍ଦ୍ର କୁମାର ମୁନୀ ୩୪୩୩ ଖଣ୍ଡ ଭୋଟ୍ ପାଇଛନ୍ତି ।
ଜଟଣୀ ପୌର ପରିଷଦ
ବିଜୁ ଜନତାଦଳକୁ ଜଟଣୀ ପୌର ପରିଷଦରେ କଡା ମୁକାବିଲାର ସମ୍ମୁଖୀନ ହେବାକୁ ପଡିଛି । ଏଠାରେ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀମାନେ ୫ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ବିରୋଧୀ ଦଳ ଗୁଡିକ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ୧୨ ଆସନ ଜିତି ପରିଷଦ ଗଠନ କରିବାକୁ ଯାଉଛି।
୧ ନମ୍ବର ୱାର୍ଡ ବିଜେଡି ପାର୍ଥି ପ୍ରଶାନ୍ତ ବେହେରା ବିଜୟୀ
୨ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ସନ୍ତୋଷ ସାମନ୍ତରାୟ
୩ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀ ସଂଗ୍ରାମ କେଶରୀ ରାଉତରାୟ
୪ନମ୍ବର ୱାର୍ଡ ସ୍ୱାଧୀନ ପ୍ରାର୍ଥୀନୀ ଫାମିଦା ବେଗମ ବିଜୟୀ
୫ ନମ୍ବର ୱାର୍ଡ ର କାଉନସିଲର ବିଜେଡି ପ୍ରାର୍ଥୀ କାଜଲ ଦାସ ବିଜୟୀ
୬ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ବିଷ୍ଣୁ ସାହୁ ବିଜୟୀ
୭ ନମ୍ବର ୱାର୍ଡରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ଯାଇ ବେହେରା ବିଜୟୀ
୮ ନମ୍ବର ୱାର୍ଡରେ କଂଗ୍ରେସ କାଉନସିଲର ପ୍ରାର୍ଥୀ ଇତିଶ୍ରୀ ଦାସ ବିଜୟୀ
୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ଆରତୀ ରାଉତ ବିଜୟୀ
୧୦ ନମ୍ବର ୱାର୍ଡ ବିଜେପି ଅର୍ଣ୍ଣପୂର୍ଣା ସାହୁ ବିଜୟୀ
୧୧ ନମ୍ବର ୱାର୍ଡ ରେ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ଦିଲ୍ଲୀପ ମାର୍ଥା ବିଜୟୀ
୧୨ ନମ୍ବର ୱାର୍ଡ ରେ ସ୍ୱାଧୀନ ପାର୍ଥି ନିଳିମା ସ୍ବାଇଁ ବିଜୟୀ
୧୩ ନମ୍ବର ୱାର୍ଡ ରେ ବିଜେଡ଼ି ପାର୍ଥି ରଞ୍ଜିତା ବେହେରା ବିଜୟୀ
୧୪ ନମ୍ବର ୱାର୍ଡର କଂଗ୍ରେସର କାଉନସିଲର କୃଷ୍ଣ ଚନ୍ଦ୍ର ନାୟକ ବିଜୟୀ
୧୫ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଜଟାଧାରୀ ପ୍ରଧାନ ବିଜୟୀ
୧୬ ନମ୍ବର ୱାର୍ଡ କଂଗ୍ରେସ ର କାଉନସିଲର ପ୍ରାର୍ଥୀ ଅନିତା ମହାପାତ୍ର ବିଜୟୀ
୧୭ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଉତ୍କଳ କେଶରୀ ବଳିଆରସିଂହ ବିଜୟୀ
୧୮ ନମ୍ବର ୱାର୍ଡ ବଜେଡ଼ି କାଉନସିଲର ପ୍ରାର୍ଥୀ କେ ସୁରେଶ ବିଜୟୀ
୧୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀ ପି ରାଜା କୁମାରୀ ବିଜୟୀ
୨୦ ନମ୍ବର ୱାର୍ଡ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ସଂଧ୍ୟାରାଣୀ ଜନୀ ବିଜୟୀ
୨୧ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ସସାଙ୍ଖ ଶେଖର ରାୟ ବିଜୟୀ
୨୨ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ ସୁନିତା ରାୟ ବିଜୟୀ
୨୩ ନମ୍ବର ୱାର୍ଡ ବିଜେଡ଼ି କାଉନସିଲର ପ୍ରାର୍ଥୀ ଅମ୍ରିତା ରାୟ ବିଜୟୀ
କଟକ
୧ୱାର୍ଡ ଭାନୁ ସେନାପତି କଂଗ୍ରେସ
୨ ୱାର୍ଡ ପୁଷ୍ପିତା ମହାନ୍ତି ବିଜେଡ଼ି
୩ୱାର୍ଡ ପ୍ରଦୀପ ରାଉତ ସ୍ୱାଧୀନ
୪ୱାର୍ଡ ପ୍ରିୟମ୍ବଦା ମହାନ୍ତି ବିଜେଡ଼ି
୫ ୱାର୍ଡ ସ୍ୱାଧୀନ ପ୍ରିୟମ୍ବଦା ସ୍ୱାଇଁ
୬ୱାର୍ଡ ରିତାଞ୍ଜଳି ବେହେରା ବିଜେଡ଼ି
୭ୱାର୍ଡ ମମତା ନାୟକ ବିଜେଡ଼ି
୮ୱାର୍ଡ ନମିତା ବାରିକ ବିଜେଡ଼ି
୯ୱାର୍ଡ ବିକାଶ ବେହେରା ସ୍ୱାଧୀନ
୧୦ୱାର୍ଡ ମୋନାଲିସା ଦାସ ବିଜେଡ଼ି
୧୧ନମ୍ବର ୱାର୍ଡ ଆରତୀ ସାହୁ ବିଜେଡ଼ି
୧୨ନମ୍ବର ୱାର୍ଡ ଦୀପଞ୍ଜଳି ସିଂ ବେଜେଡ଼ି
୧୩ୱାର୍ଡ ସତ୍ୟରଞ୍ଜନ ତ୍ରିପାଠୀ ବିଜେଡ଼ି
୧୪ୱାର୍ଡ ବସନ୍ତ ବେହେରା ବିଜେଡି
୧୫ ଲିଜାରାଣୀ ରାଉତ କଂଗ୍ରେସ
୧୬ୱାର୍ଡ ଲଷ୍ମୀପ୍ରିୟ ବେହେରା ବିଜେଡି
୧୭ୱାର୍ଡ ଏସ ଶ୍ରୀଦେବୀ ବିଜେଡି
୧୮ୱାର୍ଡ ମହମ୍ମଦ ଇପତାଖାର ବିଜେଡି
୧୯ୱାର୍ଡ କୁରେସା ନୁର ବିଜେଡ଼ି
୨୦ୱାର୍ଡ ଲକ୍ଷ୍ମୀଧର ବେହେରା ବିଜେପି
୨୧ୱାର୍ଡ ଅଶୋକ ଶର୍ମା ବିଜେଡି
୨୨ୱାର୍ଡ ଚନ୍ଦନ ଜେନା ବିଜେଡ଼ି
୨୩ ଅରୁନ୍ଧତି କର ବିଜେଡ଼ି
୨୪ୱାର୍ଡ ଦୀପ୍ତିମୟୀ ମୂଲିଆ ବିଜେଡି
୨୫ୱାର୍ଡ ସତ୍ୟରାମ ସାହୁ ବିଜେଡ଼ି
୨୬ୱାର୍ଡ ଗଗନ ଓଝା ବିଜେପି
୨୭ୱାର୍ଡ ଇତିଶ୍ରୀ ଦାସ ବିଜେଡି
୨୮ୱାର୍ଡ ବନଲତା ପ୍ରଧାନ ବିଜେଡି
୨୯ୱାର୍ଡ ସୁମିତ୍ରା ବସ୍ତିଆ ସ୍ୱାଧୀନ
୩୦ୱାର୍ଡ ରବିନାରାୟଣ ସାହୁ ବିଜେଡି
୩୧ୱାର୍ଡ ପଦ୍ମିନୀ ସାହୁ ସ୍ୱାଧୀନ
୩୨ୱାର୍ଡ ପ୍ରଦୀପ ସାହୁ ବିଜେଡି
୩୩ୱାର୍ଡ କେ ଜେଡ ଆଫ୍ରିନ ବିଜେଡ଼ି
୩୪ୱାର୍ଡ ଦୀପକ କୁମାର ଦାସ ବିଜେପି
୩୫ୱାର୍ଡ ଜେ କାମେଶ୍ୱର ରାଓ କଂଗ୍ରେସ
୩୬ୱାର୍ଡ ମଧୁସ୍ମିତା ବାରିକ ବିଜେଡି
ଅସମସ୍ତେବିଜୟପ୍ରାର୍ଥୀ
ଭୁବନେଶ୍ୱର
ଭୁବନେଶ୍ୱର କର୍ପୋରେଟର(କ୍ଟଲଲସମସବକ୍ଷକ୍ଷଚ୍ଚ ୟରମକ୍ଷବକ୍ସରୟ)
ୱାର୍ଡ ୧- ମିହିର ରାଉତ ,ବିଜେଡି, ବିଜୟୀ
ୱାର୍ଡ ୨-ମୋନାଲିସା ବେହେରା, ବିଜେଡି,ବିଜୟୀ
ୱାର୍ଡ ୬-ପ୍ରୀତିନନ୍ଦା ରାଉତରାୟ,ବିଜେଡି, ବିଜୟୀ
ୱାର୍ଡ ୨୬-ଭାରତୀ ସିଂ,ବିଜେଡି,ବିଜୟୀ
ୱାର୍ଡ ୨୭-ଶୁଭ୍ରାଂଶୁ ପଟନାୟକ,ବିଜେଡି,ବିଜୟୀ
ୱାର୍ଡ ୩୫- ରଞ୍ଜୁଲତା ରାୟ,ବିଜେଡି,ବିଜୟୀ
ୱାର୍ଡ ୩୬-ଅଲିଅଳି ମଲିକ,ବିଜେଡି,ବିଜୟୀ
ୱାର୍ଡ ୩୭-ବନ୍ଦିତା ପାଲ, ସ୍ୱାଧୀନ,ବିଜୟୀ
ୱାର୍ଡ ୩୮-ପଦ୍ମଜା ପ୍ରିୟଦର୍ଶିନୀ ଜେନା,ବିଜେଡି,ବିଜୟୀ
ୱାର୍ଡ ୩୯-ଗୀତାଞ୍ଜଳି ସାହୁ,ବିଜେପି,ବିଜୟୀ
ୱାର୍ଡ ୪୦-ଆସିୟା ବେଗମ,ବିଜେଡି,ବିଜୟୀ
ୱାର୍ଡ ୪୧-କବିତା ସ୍ୱାଇଁ,ବିଜେଡି,ବିଜୟୀ
୩୩ରେ ବିଜେପି ପାର୍ଥିନୀ ଧରିତ୍ରୀ ଜେନା ବିଜୟୀ
୩୧ ରେ ବିଜେଡ଼ି ପାର୍ଥି କୁମରେଶ ମହାପାତ୍ର ବିଜୟୀ
ଅମରେଶ ଜେନା ବିଜୟୀ ୪୫ ନମ୍ବର
Comments are closed.