ମୃତ୍ୟୁ ଆଗରୁ ଯୁବକକୁ ଭିଡି ଆଣିଲେ ପୁଲିସ୍ ଯବାନ୍
ମୁମ୍ବଇ – ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବକକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଆଣିଲେ ରେଳ ସୁରକ୍ଷା ବଳର ଯବାନ । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏହି ଘଟଣା ଘଟିଛି । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ପ୍ଲାଟଫର୍ମରେ ଥିବା ସିସିଟିଭିରେ କଏଦ ହୋଇଛି ।
ହଳଦିଆ ଟି ସାର୍ଟ ଏବଂ ଜିନସ୍ ପ୍ୟାଣ୍ଟ ପିନ୍ଧିଥିବା ଯୁବକ ଜଣଙ୍କ ବହୁ ସମୟ ଧରି ପ୍ଲାଟଫର୍ମରେ ଏପଟ ସେପଟ ହେଉଥିଲେ । ସେଠାରେ ଥିବା ରେଳ ସୁରକ୍ଷା ବଳର ଯବାନ ତଙ୍କୁ ସୁରକ୍ଷିତ ଦୂରତାକୁ ଯିବା ପାଇଁ କହିଥିଲେ । ମାତ୍ର ଯୁବକ ଜଣଙ୍କ ତାହା ଶୁଣି ନଥିଲେ ।
The timely intervention of a RPF constable saved the life of an 18-year-old who tried to die by suicide before a moving train in Thane district.
I salute his exemplary heroism and utmost devotion to the duty.@AshwiniVaishnaw @DarshanaJardosh @RailMinIndia @Central_Railway pic.twitter.com/G6elcdQrBb
— P C Mohan (@PCMohanMP) March 23, 2022
କଛି ସମୟ ପରେ ବିପରୀତ ଦିଗରୁ ସେହି ଟ୍ରାକରେ ଏକ ଯାତ୍ରୀବାହୀ ରେଳଗାଡି ଆସିଥିଲା । ଯୁବକ ଜଣଙ୍କ ତୁରନ୍ତ ଟ୍ରାକ୍କୁ ଆତ୍ମହତ୍ୟା କରିବା ପାଇଁ ଡେଇଁ ପଡିଥିଲେ। ଉପସ୍ଥିତ ଥିବା ଯବାନ ଜଣଙ୍କ ଏହା ଦେଖି ଟ୍ରାକ୍ ଉପରକୁ ଡେଇଁ ପଡି ଯୁବକ ଜଣଙ୍କ ସେଠାରୁ ଟାଣି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ନିଶ୍ଚିତ ମୃତ୍ୟୁ ମୁଖରୁ ଯୁବକଙ୍କୁ ରକ୍ଷା କରିଥିଲେ ।
ରେଳ ସୁରକ୍ଷା ବଳର ଯବାନଙ୍କ ଏହି ସାହାସ ପୂର୍ଣ୍ଣ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।
Comments are closed.